34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗତେଜୁଛି ପୋଖରୀ ବିବାଦ

ତେଜୁଛି ପୋଖରୀ ବିବାଦ

କଳାହାଣ୍ଡି: ପୋଖରୀକୁ ପୋତି ପ୍ଲଟିଂ ମସୁଧା । ବିରୋଧ ରେ ୯ ଗୋଟି ପଡା ବାସିନ୍ଦା ଙ୍କ କଳାହାଣ୍ଡି ପ୍ରଶାସନ ର ଦ୍ୱାରସ୍ଥ ହେଲେ ରାଜପରିବାର ମାଲିକାନା ଦାବୀ କରୁଥିବା ବେଳେ ପ୍ରଶାସନ ହାତ ଟେକି ଦେଉଛି , ତେଜୁଛି ବିବାଦ । ପ୍ରସଗଂ ନେଉଛି ରାଜନୀତିକ ମୋଡ । ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଙ୍କ ସାମ୍ବାଦିକ ସମ୍ମିଳନୀ ରେ ଆନ୍ଦୋଳନର ଧମକ ।
୧-୧୮୪୯ ମସିହାରେ କଳାହାଣ୍ଡି ମହାରାଜ ଫତେନାରୟଣ ସିଂଦେଓ ଭବାନୀପାଟଣା ଠାରେ ରାଜଧାନୀ ସ୍ଥାପନ ବେଳେ ଦର୍ପଣ ସାଗର ପଖୋରୀ ଖୋଳିଥିଲେ । ଯାହା ବର୍ତମାନ ସହରର ୯ ଗୋଟି ଓାର୍ଡ ର ୨୦ ହଜାରରୁ ଉର୍ଦ୍ଦ ବସ୍ତି ବାସିନ୍ଦା ଙ୍କ ଦୌନନ୍ଦିନ ବ୍ୟବହାର ହୋଇଆସୁଥିଲା । ହେଲେ ରାଜ ପରିବାର ସଦସ୍ୟ ଲଙ୍କେଶ୍ୱରୀ ପ୍ରସାଦ ଦେଓ ଏହି ପୋଖରୀ ଉପରେ ନିଜର ମାଲିକାନା ଦର୍ଶାଇ ପୋଖରୀ କୁ ପୋତି ଘର ଡିହ ଜମି ପାଇଁ ପ୍ଲଟିଂ କରୁଛନ୍ତି । ଏଥି ପାଇଁ ରାତି ଅଧିଆ ପୋକରୀ ପାଣି କାଟି ଦେଇଛନ୍ତି । ଯାହାକୁ ନେଇ ବିବାଦ ଦେଖାଦେଇଛି । ପ୍ରଶାସନିକ ଅଧିକାରୀ ଏହାକୁ ରାଜପରିବାର ର ମାଲିକାନା ଦର୍ଶାଇ ନିରବତା ଅବଲମ୍ବନ କରୁଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଜଳାଶୟ ଜମି ର କିସମ କିପରି ବଦଳିଲା , ଶହ ଶହ ବର୍ଷ ଲୋକଙ୍କ ଦ୍ୱାରା ବ୍ୟବହୃତ ପୋଖରୀ କିପରି ଘର ଡିହ ଜମି ହେବ । ଜିଲ୍ଲାପାଳ ତୁରନ୍ତ ଲୋକଙ୍କୁ ନ୍ୟାୟ ପ୍ରଦାନ ନ କଲେ କଂଗ୍ରେସ ଆନ୍ଦୋଳନ କୁ ଓଲ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।
ପ୍ରସଗଂ ରେ ରାଜପରିବାର ଓ ଜନସାଧାରଣ ମୁହାଁମୁହିଁ ହୋଇଛନ୍ତି । ଆଗାମୀ ପୌର ନିର୍ବାଚନ ସମୟ ରେ ଏହି ପ୍ରସଗଂ ୩ ଗୋଟି ଓାର୍ଡ ରେ ପ୍ରଭାବ ପକାଇବ ଏଣୁ ଏହା ବର୍ତମାନ ରାଜନୌତିକ ମୋଡ ନେବାକୁ ବସିଛି । ତଥା ଆଗାମୀ ଦିନ ରେ ଆଇନ ଶୃଙ୍ଗଳା ପରିସ୍ଥିତି ସୃଷ୍ଟି କରିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking