19.1 C
Bhubaneswar
Saturday, January 25, 2025
Homeଓଡିଶାଚୋରା ଗାଡ଼ିରେ ଥାନା ଅଧିକାରୀ ବତୀ ଲଗାଇ ଯାଇଥିଲେ ପୁରୀ

ଚୋରା ଗାଡ଼ିରେ ଥାନା ଅଧିକାରୀ ବତୀ ଲଗାଇ ଯାଇଥିଲେ ପୁରୀ

ଯାଜପୁର : ଗତକାଲି ଶ୍ରୀମନ୍ଦୀର ଭିତରକୁ ବେଆଇନ ଭାବେ ପଶି ନିଲମ୍ବିତ ହୋଇଛନ୍ତି ଯାଜପୁର ଜିଲା ବଡଚଣା ଥାନା ଅଧିକାରୀ ଦିପକ ଜେନା । ସେ ନିଜ ପରିବାର ସହିତ ଏକ ସ୍କୋର୍ପିଓ ଗାଡିରେ ପୁରୀ ଯାଇଥିଲେ । ତେବେ ଏହି ସ୍କୋର୍ପିଓ ଗାଡିକୁ ନେଇ ବିବାଦରେ ଥାନା ଅଧିକାରୀ । ସେ ବ୍ୟବହାର କରିଥିବା ସ୍କୋର୍ପିଓ ଗାଡିଟି ଗତ ମାସ ୨୦ ତାରିଖ ଦିନ ଚଣ୍ଡିଖୋଲ କୋର୍ଟ ସମ୍ମୁଖରୁ ଜଣେ ଠିକାଦାରଙ୍କ ଠାରୁ କେତେକ ଦୁବୃର୍ତ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ସେହି ଗାଡିରେ ସରକାରୀ ବତି ଲଗାଇ ସେ ପୁରୀ ଶ୍ରୀମନ୍ଦୀର ଯାଇଥିବା ଜଣାପଡିଛି ।
ତେବେ କିପରି ଏକ ଚୋରି ଗାଡିରେ ସରକାରୀ ବତି ଲଗାଇ ପୁରୀ ପର୍ଯ୍ୟନ୍ତ ଗଲେ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଏ ହେଉଛି ସ୍କର୍ପିଓ ଗାଡି ଲୁଟ ସଂପର୍କରେ ବଡଚଣା ଥାନା ଅଧିକାରୀଙ୍କୁ ଦିଆଯାଇଥିବା ଏତଲାର ନକଲ । ଏହି ଗାଡିଟି କଟକ ଜିଲା ଗତିରାଉତପାଟଣା ଗାଁର ସୁକାନ୍ତ କୁମାର ଦଳେଇଙ୍କ ନାଁରେ ଥିବା ଜଣାପଡିଛି । ତେବେ ଥାନା ଅଧିକାରୀ ଦୀପକ ଜେନା ଗତକାଲି ଶ୍ରୀମନ୍ଦୀରକୁ ନିଜ ଝିଅର ମାନସିକ ପୁରଣ ପାଇଁ ଯାଇଥିବା ବେଳେ ତାଙ୍କୁ କେତେକ ସେବାୟତ ବାରଣ କରିବାକୁ ସେ ଚାଲିଆସିଥିବା ହ୍ୱାଟ୍ସ ଆପ ଯୋଗେ ପ୍ରତିକ୍ରିୟା ଦେଇଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking