31.1 C
Bhubaneswar
Friday, March 29, 2024
Homeଓଡିଶାକେରଳ ଓ ଓଡିଶାକୁ କେନ୍ଦ୍ରର ପ୍ରଂଶସା

କେରଳ ଓ ଓଡିଶାକୁ କେନ୍ଦ୍ରର ପ୍ରଂଶସା

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ପାଇଁ ଲକ ଡାଉନ ଚାଲିଥିବା ବେଳେ ପ୍ରତିଦିନ ଏ ନେଇ ଟିକିନିଖି ଖବର ଦେଉଛନ୍ତି ସରକାର । କୋଉ ଦିନ କେତେ ବଢିଲା କି କେଉଁଠି ନୂଆ ସଂକ୍ରମିତ ହେଲା ସେଥିପାଇଁ ସରକାର ଏହା ଉପରେ ତୀକ୍ଷ୍‌ମ ନଜର ରଖିଛନ୍ତି । ଏହାକୁ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯ, ଦେଶରେ ଲକ ଡାଉନ ହେବା କାରଣରୁ କରୋନା ବ୍ୟାପିବାରେ ଏତେ ମାତ୍ରାରେ ସଫଳ ହୋଇପାରିନାହିଁ । ଆଉ କରୋନା ରୋଗୀ ଦ୍ୱିଗୁଣ ହେବାରେ ମଧ୍ୟ ରୋକ୍ ଲାଗିଛି । ତେବେ ଲକ ଡାଉନ ପୂର୍ବରୁ ୩.୪ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ହେଉଥିଲା । ହେଲେ ଏବେ ଏଥିପାଇଁ ୭.୫ ଦିନ ସମୟ ଲାଗୁଛି । ଏଥିରେ ୧୮ଟି ରାଜ୍ୟ ଭଲ ପ୍ରଦର୍ଶନ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ପ୍ରଦାନ କରିଛନ୍ତି । କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ, ୯ଟି ରାଜ୍ୟରେ କରୋନା ଭାଇରସ ଦ୍ୱିଗୁଣ ବଢିବାରେ ୮ରୁ ୨୦ ଦିନ ସମୟ ଲାଗୁଛି । ଯେତେବେଳେ କି ୭ ରାଜ୍ୟରେ ଏହା ୨୦ରୁ ୩୦ ଦିନ ଲାଗିଥାଏ । ହେଲେ କରେଳ ଓ ଓଡିଶା ହେଉଛନ୍ତି, ଏଭଳି ଦୁଇ ରାଜ୍ୟ, ଯେଉଁଠାରେ ୩୦ ଦିନରୁ ଅଧିକ ଦିନ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣ ହେଉଥିବା ପରିଲକ୍ଷିତ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking