25.8 C
Bhubaneswar
Saturday, July 27, 2024
Homeଓଡିଶାନକଲି କାରଖାନାରେ ପୋଲିସର ରେଡ୍‌ : ଦୁଇ ଗିରଫ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ

ନକଲି କାରଖାନାରେ ପୋଲିସର ରେଡ୍‌ : ଦୁଇ ଗିରଫ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ

କଟକ: ଆକ୍ସନରେ କମିଶନରେଟ୍‌ ପୋଲିସ। ଅପମିଶ୍ରିତ ମସଲା, ସସ୍‌, ଆକ୍ୱାଗାର୍ଡ ପରେ ଏବେ ନକଲି ଗୁଟ୍‌ଖା ଓ ବିଡି କାରଖାନାରେ ଚଢାଉ କରିଛି ପୋଲିସ । ବିପୁଳ ପରିମାଣର ସାମଗ୍ରୀ ଜବତ ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, କଟକ ଦରଘାବଜାର ଥାନା ପୋଲିସ କେଶରପୁର ଅଞ୍ଚଳରେ ଏକ ଘରେ ଏହି ବ୍ୟବସାୟ କରାଯାଉଥିବା ଖବର ପାଇଥିଲା ପୋଲିସ । ଏହିକ୍ରମରେ ଶନିବାର ଦିନ ଚଢାଉ କରିଥିଲା । ଆଉ ଏହି ଚଢାଉ ସମୟରେ ଦୁଇଜଣଙ୍କୁ ଗିରଫ କରିବା ସହ ବିଡି ଓ ଗୁଟୁଖା ତିଆରିରେ ବ୍ୟବହୃତ ଲକ୍ଷାଧିକ ଟଙ୍କାର ନକଲି ସାମଗ୍ରୀ ଜବତ କରିଛି।

ତେବେ ଗିରଫ ଅଭିଯୁକ୍ତ ଦୁଇଜଣ ହଲେ ଇଣ୍ଡୋ ମ୍ୟାକ୍ସ ସେଲ ଟବାକୋ ଓ ବିଡି ଦୋକାନର ମାଲିକ ଘନ ଶ୍ୟାମ ପଟେଲ ଓ କେ ରାଜେଶ । ଉଭୟ କେଉଁଠାରୁ ଏହି ନକଲି ଅପମିଶ୍ରିତ ବିଡି ତିଆରି ଓ ଗୁଟଖା ଆଣୁଥିଲେ । ସେନେଇ ପୋଲିସ ଖୋଳତାଡ ଜାରି ରଖିଛି। ଉଭୟଙ୍କ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking