25.8 C
Bhubaneswar
Saturday, July 27, 2024
Homeଓଡିଶାବିଦ୍ୟୁତ୍ ତାର ଲାଗି ୨ ଶିଶୁ ମୃତ

ବିଦ୍ୟୁତ୍ ତାର ଲାଗି ୨ ଶିଶୁ ମୃତ

ସୁବର୍ଣ୍ଣପୁର: ବିଦ୍ୟୁତ୍ ତାର ନେଲା ୨ ଶିଶୁଙ୍କ ଜୀବନ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଂହପାଲି ଗାଁରୁ ଆସିଛି ଏପରି ଦୁଃଖଦ ଖବର। ମୃତ ଦୁଇ ନାବାଳକ ହେଲେ ସିଂହପାଲି ଗାଁର ନବୀନ ଡୁଙ୍ଗଡୁଙ୍ଗଙ୍କ ପୁଅ ଜିତ ଓ ପୁତୁରା ରମେଶ। ଗତକାଲି ବିଳମ୍ବିତ ରାତିରେ ନବୀନଙ୍କ ସହ ଦୁଇ ଜଣ ଧାନ କ୍ଷେତ ଜଗିବାକୁ ବିଲକୁ ଯାଇଥିଲେ।

ଯିବା ବାଟରେ ବାରହା ଶୀକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ଦୁଇ ଶିଶୁ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ନବୀନ ଡୁଙ୍ଗଡୁଙ୍ଗ ଆହତ ହୋଇଥିଲେ। ଆହତ ଅବସ୍ଥାରେ ତାଙ୍କୁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ଦୁଇ ଶିଶୁଙ୍କ ମୃତଦେହ ବ୍ୟବଛେଦ ପାଇଁ ପଠାଇ ପୋଲିସ ତଦନ୍ତ ଜାରି ରଖିଛି। କେଉଁ ପରିସ୍ଥିତିରେ ଅଭଳି ଅଘଟଣ ଘଟିଲା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ସୂଚନା ଦେଇଛି ପୋଲିସ ଓ ବନବିଭାଗ। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking