27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗୁଛି ‘ଆନିମଲ’

ବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗୁଛି ‘ଆନିମଲ’

ମୁମ୍ଵାଇ ୬୦୦ କୋଟି କ୍ଲବ୍‌ରେ ଏଣ୍ଟ୍ରି କଲା ରଣବୀର କପୁର ଷ୍ଟାରର୍‌ ‘ଆନିମଲ୍‌’ । ରିଲିଜ୍‌ର ୮ମ ଦିନ ଫିଲ୍ମଟି ଏହି ରେକର୍ଡ କରିଛି । ଗତ ଶୁକ୍ରବାର ଏହା ମୋଟ୍‌ ୩୭.୩୭ କୋଟି ବ୍ୟବସାୟ କରିଥିଲା । ଏଥିସହିତ ଫିଲ୍ମର ମୋଟ୍‌ ବିଶ୍ୱବ୍ୟାପୀ କଲେକ୍ସନ୍‌ ୬୦୦.୬୭ କୋଟି ହୋଇଛି । ଫିଲ୍ମର ହିନ୍ଦୀ ସଂସ୍କରଣ ଗତ ଶୁକ୍ରବାର ୨୧.୫୬ କୋଟି ବ୍ୟବସାୟ କରିଛି । ଏହା ପୂର୍ବରୁ କୌଣସି ହିନ୍ଦୀ ଫିଲ୍ମ ରିଲିଜ୍‌ର ୨ୟ ଶୁକ୍ରବାର ଏତେ ଆୟ କରିନଥିଲା । ସେପଟେ ‘ଆନିମଲ୍‌’ ୧ କୋଟି ଡଲାର ଅଙ୍କ ମଧ୍ୟ ପାର୍‌ କରିଛି ।

ଏହା ଉତ୍ତର ଆମେରିକାରେ ଅଦ୍ୟାବଧି ସର୍ବାଧିକ ଆୟ କରିଥିବା ୭ମ ଭାରତୀୟ ଫିଲ୍ମ ହୋଇଛି । ଏଇଟି ଦେଶରେ ଓ ବିଶ୍ୱସ୍ତରରେ ରଣବୀରଙ୍କର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଛି । ଏହା ପୂର୍ବରୁ ତାଙ୍କ କ୍ୟାରିଅର୍‌ର ସବୁଠୁ ସଫଳ ଫିଲ୍ମ ଥିଲା ‘ସଞ୍ଜୁ’, ଯାହା ବିଶ୍ୱସ୍ତରରେ ୫୮୬ କୋଟି ଏବଂ ଦେଶରେ ୩୪୨ କୋଟି ବ୍ୟବସାୟ କରିଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking