27.1 C
Bhubaneswar
Monday, March 17, 2025
Homeଅପରାଧପୋଲିସ କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ

ପୋଲିସ କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ

ମୟୁରଭଂଜ : ଖାକି ପାଇଁ କଳଙ୍କ। ଆଉ କଳଙ୍କ ସାଜିଲେ ଖୋଦ ପୋଲିସ କର୍ମଚାରୀ। ବଡ଼ସାହି ଥାନା ଅଞ୍ଚଳରେ ଅନୁଷ୍ଠିତ ହିଙ୍ଗୁଳା ମେଳାରେ ପୋଲିସ କର୍ମଚାରୀ ରଚିଲେ ଉନ୍ମତ୍ତକାଣ୍ଡ। ମେଳରେ ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ପୋଲିସ କର୍ମଚାରୀ ଜଣକ ନିଶାସକ୍ତ ଅବସ୍ଥାରେ ଦେଖାଉଛନ୍ତି ଦବଙ୍ଗଗିରି।କର୍ତ୍ତବ୍ୟରତ ପୋଲିସର ଉନ୍ମତ କାଣ୍ଡ ଲୋକଙ୍କୁ ତଟସ୍ଥ କରିଥିଲା। ଏଭଳି ଘଟଣା ଦେଖିବାକୁ ମିଲିଛି ମୟୁରଭଂଜ ଜିଲ୍ଲା ବଡ଼ସାହି ଥାନା ହିଙ୍ଗୁଳା ଯାତ୍ରାରେ।ସେପଟେ ହିଙ୍ଗୁଳା ଯାତ୍ରାରେ ମାଆଙ୍କ ଦର୍ଶନ ଓ ଆଶିଷ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।
ଏହି ଯାତ୍ରାକୁ ଶୃଙ୍ଖଳିତ କରିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ପ୍ଲାଟୁନ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥାନ୍ତି । ହେଲେ ଖୋଦ ପୋଲିସ ଏଠାରେ ବିଶୃଙ୍ଖଳିତ ଆଉ ନିଅମ କାନୁନକୁ ଦଳି ମକଚିଦେଇ ଯାତ୍ରାକୁ ଆସିଥିବା ଭକ୍ତମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାକୁ ନେଇ ତୀବ୍ର ନିନ୍ଦା କରାଯାଇଛି। ତେବେ ନିଜର ଦାୟିତ୍ବ ଭୁଲିଯାଇ ନିଶ୍ୱାସକ୍ତ ଅବସ୍ଥାରେ ଖାକିର ସମ୍ମାନ ରଖିବା ବଦଳରେ ବଦନାମ କରୁଥିବା କର୍ମଚାରୀ ଓଏପିଫ ବାରିପଦାର ଗଗନ ବିହାରୀ ନାଏକ ବୋଲି ଆଲୋଚନା ହେଉଛି।ଅନ୍ୟପଟେ ପୋଲସ କର୍ମଚାରୀ ଜଣକ କେତେବେଳେ ଖାକିକୁ ଖୋଳୁଥାନ୍ତିତ କେତେବେଳେ ଖାକିକୁ ଖୋଲି ତଳେ ଫପଡ଼ି ଦେଇଥାନ୍ତି । ସେଠାରେ ଉପସ୍ଥିତ ଥିବା ଲୋକମାନେ ମଦ୍ୟପ ପୋଲିସ ଜଣଙ୍କୁ ବୁଝାସୁଝା କରିବା ସହ ଗାଳିଗୁଲଜ ନ କରିବାକୁ କହିବାର ଦୃଶ୍ୟ ଦେଖନ୍ତୁ । ଏନେଇ ବେତନଟୀ ସଡିପିଓ ଲଳିତ କୁମାର ପଟନାୟକଙ୍କୁ ଯୋଗାଯୋଗ କରିବାରୁ ଏଭଳି ଘଟଣା ଘଟିଥିବା ସେ କହିଛନ୍ତି ଏବଂ ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶୃତି ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking