25.1 C
Bhubaneswar
Tuesday, March 18, 2025
Homeଓଡିଶାଓଡିଶା ପ୍ରଦେଶ ଯୁବ କଂଗ୍ରେସର ପ୍ରତିବାଦ: କଂଗ୍ରେସ ଓ ପୁଲିସ କର୍ମୀ ମୁହାଁମୁହିଁ

ଓଡିଶା ପ୍ରଦେଶ ଯୁବ କଂଗ୍ରେସର ପ୍ରତିବାଦ: କଂଗ୍ରେସ ଓ ପୁଲିସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର: ଓଡିଶା ପ୍ରଦେଶ ଯୁବ କଂଗ୍ରେସ  ପ୍ରତିବାଦ କରିଛି। ମୁକେଶ ମହାଲିଙ୍ଗଙ୍କ ବୟାନକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବାକୁ ପ୍ରୟାସ ଚଲାଇଛି କଂଗ୍ରେସ। ଏହି ବିକ୍ଷୋଭରେ କଂଗ୍ରେସ ଓ ପୁଲିସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ବିଧାନସଭାରେ ଅଶ୍ଳୀଳ ଭାଷା କହିଥିବା ଅଭିଯୋଗରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ପ୍ରୟାସ ଚଲାଇଛି କଂଗ୍ରେସ। ଏପଟେ, ଆଜି ବି କଂଗ୍ରେସ ବିଧାୟକ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି । ପ୍ରଶ୍ନକାଳକୁ ବୟକଟ କରିଛି କଂଗ୍ରେସ । ତାରାଙ୍କ ଉପରୁ ନିଲମ୍ବନ ହଟାଇବାକୁ ଦାବି କରିଛନ୍ତି । ହାତରେ କଳାପଟି ବାନ୍ଧି ଧାରଣାରେ କଂଗ୍ରେସ ବିଧାୟକ ବସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking