33.1 C
Bhubaneswar
Thursday, April 25, 2024
Homeଓଡିଶାନବରଙ୍ଗପୁର ଜିଲ୍ଲା ଉମରକୋଟ ଦଣ୍ଡ କାରଣ୍ୟ ଆଦର୍ଶ ବିଦ୍ୟାଳୟ ଠାରେ ମାତୃ ପିତୃ ପୂଜନ ଦିବସ...

ନବରଙ୍ଗପୁର ଜିଲ୍ଲା ଉମରକୋଟ ଦଣ୍ଡ କାରଣ୍ୟ ଆଦର୍ଶ ବିଦ୍ୟାଳୟ ଠାରେ ମାତୃ ପିତୃ ପୂଜନ ଦିବସ ପାଳିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ଦଣ୍ଡ କାରଣ୍ୟ ଆଦର୍ଶ ବିଦ୍ୟାଳୟ ଠାରେ ମାତୃ ପିତୃ ପୂଜନ ଦିବସ ପାଳିତ ହୋଇଛି । ପ୍ରତିବର୍ଷ ଫେବୃଆରୀ ୧୪  ତାରିଖରେ ବିଦ୍ୟାଳୟ ଠାରେ ଏହି ଦିନ କୁ ମାତୃ ପିତୃ ପୂଜନ ଦିବସ ଭାବେ ପୂଜା କରାଯାଇଥାଏ। ଭାରତ ବର୍ଷର ଅନେକ ସ୍ଥାନରେ ଫେବୃୟାରୀ ୧୪  ତାରିଖକୁ   ପାଶ୍ଚାତ ସଂସ୍କୃତିର କୁସଂସ୍କାର ରେ ପଡି ପ୍ରେମିକ ପ୍ରେମିକା ଦିବସ ପାଳନ କରୁଥିବା ବେଳେ, ବିଦ୍ୟାଳୟରେ  ସମସ୍ତ ଛାତ୍ରଛାତ୍ରୀ ମାନେ ପିତୃ ମାତୃ ଦିବସ ରୂପେ ପାଳନ କରିଛନ୍ତି  ।
ବିଦ୍ୟାଳୟରେ ପିଲାମାନଙ୍କ  ଅଭିବାବକ ଉପସ୍ଥିତ ରହିବା ସହ ଛାତ୍ରଛାତ୍ରୀ ମାନେ ନିଜ ଅଭିବାବକ ଙ୍କୁ ସିନ୍ଦୁର ଚନ୍ଦନ ଦେଇ ପୁଷ୍ପ ମାଲ୍ୟ ଦେଇ ପୂଜା କରିଛନ୍ତି।   ଏହି ମାତୃପିତୃ ପୂଜନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ମାଝୀ, ସମ୍ମାନିତ ଅତିଥି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ , ଗୋଷ୍ଠୀ ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ସରକାର , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସି.ଏଚ  ହୃଦୟାନନ୍ଦ, ଶିକ୍ଷାବିତ୍ ପ୍ରଦୀପ ମିଶ୍ର, ସମ୍ପାଦିକା ଦୀପିକା ଅଧିକାରୀ, ଅଧ୍ୟକ୍ଷ ସପ୍ନା ପାଣିଗ୍ରାହୀ ଭାବେ ଯୋଗ ଦେଇଥିଲେ ।ଦଣ୍ଡକାରଣ୍ୟ ସମ୍ମାନ ରେ ଅଧ୍ୟାପକ ପରୀକ୍ଷିତ ସାହୁ, ରମେଶ ପଟ୍ଟନାୟକ, ସାମ୍ବାଦିକ ମହେଶ୍ୱର ବେହେରା, ଦିଲୀପ ଦାସ ପ୍ରମୁଖ ଙ୍କ ମାନପତ୍ର ସହ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking