31.1 C
Bhubaneswar
Sunday, July 13, 2025
Homeଓଡିଶାନ୍ୟାୟ ନ ମିଳିଲେ ଆତ୍ମାହୂତି ଧମକ

ନ୍ୟାୟ ନ ମିଳିଲେ ଆତ୍ମାହୂତି ଧମକ

ଭଦ୍ରକ : ଦୀର୍ଘ ୧ମାସ ବିତି ଯାଇଥିଲେ ମଧ୍ୟ ପୁଲିସ ନ୍ୟାୟ ଦେବାରେ ବିଫଳ ହେବା ସହିତ ପ୍ରକୃତ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି । ଅଭିଯୁକ୍ତ ଖୋଲାଖୋଲି ଅଭିଯୋଗକାରୀଙ୍କ ପରିବାରକୁ ନାନା ପ୍ରକାର ଧମକ ଦେବା ସହିତ ମିଥ୍ୟା ମୋକଦ୍ଦମାରେ ଫସାଇବାକୁ ଚେଷ୍ଟା କରୁଥିବା ଅଭିଯୋଗକରି ଅଭିଯୋଗକାରୀଙ୍କ ପରିବାରର ମହିଳା ଗଣମାଧ୍ୟମର ଦ୍ୱାରସ୍ଥ ହୋଇଛନ୍ତି । ନୂଆବଜାର ଭାଗବତ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଉଦପୁର ଗ୍ରାମର ଅପରେଶ ଜେନାଙ୍କ ପତ୍ନୀ ପୂର୍ଣ୍ଣିମା ଅଭିଯୋଗ କରିଛନ୍ତି ଯେ, ଗତ ମେ’୨୯ ତାରିଖ ସନ୍ଧ୍ୟା ସମୟରେ ତାଙ୍କ ସ୍ୱାମୀ ଟ୍ରାକ୍ଟର ଭଡ଼ାଟଙ୍କା ଧରି ଘରକୁ ଫେରୁଥିବା ବେଳେ ବାଗୁରାଇ ଡଙ୍ଗାଘାଟ ବାବୁରାମ ଚିକେନ ଦୋକାନ ସମ୍ମୁଖରେ ରଞ୍ଜନ ପଣ୍ଡା ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ୱାମୀଙ୍କୁ ଅଟକାଇ ଗାଡି ଆଗରେ ଠିଆ ହୋଇଗଲେ । ଏହି ସମୟରେ ଗ୍ରାମର ବାବୁରାମ ଜେନା, ଦୀପକ ଜେନା, ଗଣେଶ ଜେନା ପ୍ରମୁଖ ମିଳିତ ହୋଇ ଅପରେଶଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ତାଙ୍କ ନିକଟରେ ଥିବା ୫ହଜାର ଟଙ୍କା ମଧ୍ୟ ଛଡାଇ ନେଇଥିଲେ । ଗୁରୁତର ଆହତ ଅପରେଶଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଅପରେଶଙ୍କ ଭାଇ ଭଦ୍ରକ ଟାଉନ ଥାନାରେ ଏ ନେଇ ଅଭିଯୋଗ କରିବା ପରେ ପୁଲିସ କେସ ଏକ ମାମଲା ରୁଜୁକରି ଏବେ ଚୁପ୍ ବସିଛି । ଅନ୍ୟପକ୍ଷରେ ମୁଖ୍ୟ ଅଭିଯୁକ୍ତ ବାବୁରାମ ହାଇକୋର୍ଟରୁ ଜାମିନ ଆଣି ନିଜକୁ ବଞ୍ଚାଇବା ପାଇଁ ଗତ ୧୫ତାରିଖରେ ଜାଣିଶୁଣି ନିଜ ଘର ପୋଡ଼ିଦେଇ ଅପରେଶଙ୍କୁ ଫସାଇବାକୁ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଅପରେଶଙ୍କ ପତ୍ନୀ ପୂର୍ଣ୍ଣିମା ମଧ୍ୟ ଏକ ପାଲଟା ଅଭିଯୋଗ କରିବା ପରେ ଉଭୟ ମାମଲା ବିଚାରାଧୀନ ରହିଛି । ତେବେ ବାବୁରାମ ଜଣେ ହତ୍ୟା ଅଭିଯୁକ୍ତ ଥାଇ ଜେଲରୁ ପାରୋଲରେ ଆସି ଏଭଳି ଘଟଣା ଘଟାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହୁଥିବା ସେ କହିଛନ୍ତି । ବିଶେଷକରି ଏହାର ପ୍ରତିବାଦ କରୁଥିବା ଅପରେଶଙ୍କ ପରିବାରକୁ ବାବୁରାମ ନାନା ପ୍ରକାରର ହଇରାଣ କରୁଥିବା ପୂର୍ଣ୍ଣିମା ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି । ତୁରନ୍ତ ବାବୁରାମଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରା ନଗଲେ ପୂର୍ଣ୍ଣିମା ପରିବାର ଲୋକଙ୍କ ସହ ଆତ୍ମାହୂତି ଦେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking