OnaKhabar

ଖାଇବାକୁ ନଦେଲେ ବାଡ଼ ଭାଙ୍ଗି ସହରକୁ ପଶିଯିବୁ – କଣ୍ଟେନମେଣ୍ଟ ଜୋନ ବାସୀ

 ମିଛୁଆ ପ୍ରସାଶନ ର କରୋନା ପ୍ରହସନ

 

ବଲାଙ୍ଗିର ,– ମିଛୁଆ ପ୍ରଶାସନ ର କରୋନା ପ୍ରହସନ ଆଜି ପୁଣି ସର୍ବ ସମ୍ମୁଖ କୁ ଆସିଛି । ସହର ର ହାତିଶାଲ ପଡ଼ା ରେ କରୋନା ସଂକ୍ରମିତ ଠାବ ହେଲା ଦିନଠୁ , ଏପ୍ରସଂଗ ରେ  ପ୍ରଶାସନ ନିଜ  ଅବହେଳା  କୁ ଯେତେ ଲୁଚାଇବାକୁ ଚେଷ୍ଟା କରୁଛି , ତାହା ସେତିକି ପ୍ରଘଟିତ ହୋଇ ଲୋକ ଲୋଚନ କୁ ଆସୁଛି । ସ୍ଥାନୀୟ ହାତିଶାଲ ପଡ଼ା ରେ ପ୍ରଥମେ ୨ ଜଣ ଓ ପରେ ୧୩ ଜଣ କରୋନା ସଂକ୍ରମିତ ହେବା ପରେ ଜିଲ୍ଲା ପ୍ରସାଶନ  ଉକ୍ତ ଜୋନ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ଅଂଚଳକୁ ସିଲ କରାଯାଇଥିବା କହିଥିଲା । କିନ୍ତୁ ଗତ କାଲି ଅଂଚଳ ର ପ୍ରାୟ ୨୦ ମହିଳା ବିଭିନ୍ନ ଦାବି ନେଇ ଜିଲ୍ଲା ପ୍ରଶାସନ ର ଅଫିସ ଅଫିସ ଘୁରି ବୁଲିଥିଲେ । ଯାହା ବୋଧ ହୁଏ କରୋନା ଇତିହାସ ରେ ପ୍ରଥମ ଘଟଣା । ଖବର ପ୍ରକାଶ ପାଇବା ପରେ ଉକ୍ତ ଅଂଚଳ ର ମୁଖ୍ୟ ରାସ୍ତା ର ଉଭୟ ପର୍ଶ୍ୱକୁ ବେରିକେଡିଂ କରିବା ସହ ଆରକ୍ଷୀ ଅଧିକ୍ଷକ ଏହାର ଫୋଟୋ ଟ୍ୱିଟ କରି ପ୍ରସାଶନ କୁ ସହଯୋଗ କରିବା ପାଇଁ କହିଥିଲେ । । କିନ୍ତୁ ଆଜି ସକାଳ ପାଉ ପାଉ ପ୍ରଶାସନ ର ଏଅଂଚଳ ଓ ଘଟଣା କୁ ନେଇ ଅବହେଳା ପୁଣି ସମସ୍ତଙ୍କ ସାମନାକୁ ଆସିଥିଲା ।  କଣ୍ଟେନମେଣ୍ଟ ଜୋନ ବାସିନ୍ଦା , କଣ୍ଟେନମେଣ୍ଟ ହେବ ଦିନଠୁ ଜିଲ୍ଲା ପ୍ରସାଶନ  ସେମାନଙ୍କ ଖାଇବା ବ୍ୟବସ୍ଥା କରିବା ତା ଦୂର କଥା , ସେମାନଙ୍କୁ କୋଣସି ପ୍ରକାର ଖାଇବା ସାମଗ୍ରୀ ଯୋଗାଇ ନଦେବା ଅଭିଯୋଗ ରେ ବେରିକେଡିଂ ପାଖକୁ ତୁହା କୁ ତୁହା ଆସି ଖାଇବାକୁ ମାଗିଥିଲେ । ସେମାନେ ଖାଇବାକୁ ନ ପାଇ ଭୋକ ବିକଳ ରେ ଦିନ କାଟୁ ଥିବା ବେଳେ , ପ୍ରଶାସନ ସେମାନଙ୍କୁ ବନ୍ଦ କରି ରଖି  , ଚୁପ ରହି ଯାଇଛି ବୋଲି କହିଥିଲେ । ଏହା ସହ ଯଦି ପ୍ରସାଶନ ସେମାନଙ୍କ ଖାଇବା ବ୍ୟବସ୍ଥା , କିମ୍ବା ସେମାନଙ୍କୁ ଯଥା ଶୀଘ୍ର ଖାଇବା ସାମଗ୍ରୀ ଯୋଗାଇ ନ ଦିଏ ସେମାନେ ବାଡ଼ ଭାଙ୍ଗି ପୁଣି ସହରକୁ ପସିଯିବେ ବୋଲି ଧମକ ଦେଇଥିଲେ । ତେବେ ଖବର ଲେଖାଯିବ ପର୍ଯ୍ୟନ୍ତ , ଯୋଗାଣ ବିଭାଗ ନା ଜିଲ୍ଲା ପ୍ରଶାସନ  ସେମାନଙ୍କ ପାଖକୁ କେହି ଆସିନଥିବା ବେଳେ , ଉପସ୍ଥିତ ପୋଲିସ ସେମାନଙ୍କୁ ବୁଝାଇ ସୁଝାଇ ଧର୍ଯ୍ୟ ରଖିବାକୁ କହିଥିଲେ ।
– ଦେବାଶିଷ ମିଶ୍ରଙ୍କ ରିପୋର୍ଟ

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-includes/functions.php on line 4609

Notice: ob_end_flush(): failed to send buffer of zlib output compression (1) in /home/ona/public_html/wp-content/plugins/really-simple-ssl/class-mixed-content-fixer.php on line 111