35.3 C
Bhubaneswar
Thursday, April 16, 2026
Homeଦେଶ ବିଦେଶବିହାରରେ ଭୁସୁଡ଼ିଲା ପୋଲ

ବିହାରରେ ଭୁସୁଡ଼ିଲା ପୋଲ

ପାଟଣା : ବିହାରରେ ଭୁସୁଡ଼ିଲା ପୋଲ । ମୋତିହାରୀରେ ଘଟିଛି ଅଘଟଣ । ମୋତିହାରୀରେ ନିର୍ମାଣାଧୀନ ପ୍ରକଳ୍ପ ଥିଲା, ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାର ଥିଲା। ଏହା ପୂର୍ବରୁ ଅରରିଆ ଓ ସିୱାନରେ ପୋଲ ଭୁଶୁଡ଼ି ଥିଲା। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏଥର ପୋଲ ଭୁଶୁଡ଼ିବା ଘଟଣା ପୂର୍ବ ଚମ୍ପାରଣର‌ ମୋତିହାରୀର ଘୋଡ଼ାସହନ ବ୍ଲକରେ ଘଟିଛି। ଚେନପୁର ଷ୍ଟେସନକୁ ଯୋଡୁଥିବା ରାସ୍ତାରେ ଏହି ଅଘଟଣ ଘଟିଛି। ଏଠାରେ ୫୦ ଫୁଟ୍‌ର ବ୍ରିଜ୍‌ ନିର୍ମାଣ ଜାରିଥିଲା। ଏଥି ପାଇଁ ୨ କୋଟି ଟଙ୍କାର ବଜେଟ ଥିଲା।
ସୂଚନାଯୋଗ୍ୟ, ବିହାରର ସୀୱାନରେ ମଧ୍ୟ ଶନିବାର ଦିନ ଏକ ପୋଲ ଭୁଶୁଡ଼ି ଥିଲା। ଏହା ମହାରାଜଗଂଜ-ଦରୋଦା ବିଧାନସଭାର ସୀମାକୁ ସଂଯୋଗ କରିବା ପାଇଁ ନିର୍ମିତ ହୋଇଥିବା ପୋଲ ତାସଘର ଭଳି ଭୁଶୁଡ଼ି ପଡ଼ିଥିଲା। ଲୋକଙ୍କ କହିବା ଅନୁସାରେ ବିନା ବର୍ଷାରେ ପୋଲ ନିର୍ମାଣ କାମ ନିମ୍ନମାନର ହୋଇଥିବାରୁ ଭୁଶୁଡ଼ି ପଡ଼ିଥିଲା। ବର୍ଷା ଓ କାଳବୈଶାଖୀ ନହୋଇ ପୋଲ ଭୁଶୁଡ଼ିପଡ଼ିଥିବାରୁ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking