30.1 C
Bhubaneswar
Wednesday, May 22, 2024
Homeବ୍ରେକୀଙ୍ଗପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ସତ ହେବ ସ୍ୱପ୍ନ, ପଢନ୍ତୁ କିପରି

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ସତ ହେବ ସ୍ୱପ୍ନ, ପଢନ୍ତୁ କିପରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବୁଠୁ ମହତ୍ୱାକାଂକ୍ଷୀ ଯୋଜନା ମଧ୍ୟରୁ ଗୋଟିଏ । ଏହି ଯୋଜନା ଦ୍ୱାରା କମ୍ ଆୟ କରୁଥିବା ଲୋକଙ୍କୁ ଲୋନ ଉପଲବ୍ଧ କରାଯାଏ । ଏହି ଯୋଜନାର ଶୁଭାରମ୍ଭ ୨୦୧୫ରେ ହୋଇଥିଲା । ଏହା ଅନୁସାରେ, ୨୦ ବର୍ଷ ପର୍ଯ୍ୟନ୍ତ ହୋମ ଲୋନ ଉପରେ ୬.୫ ପ୍ରତିଶତ ସବସିଡି ମିଳିଥାଏ । ସାରାଦେଶରେ ଆରମ୍ଭ ହୋଇଥିବା ପିଏମଏୱାଇ ଅନୁସାରେ, ଅନଲାଇନ ଫର୍ମ ପୂରଣ କରି ଏହାର ଲାଭ ଉଠାଯାଇପାରିବ । ବର୍ତମାନ ଦେଶରେ ପିଏମଏୱାଇ ଯୋଜନାରେ ଆବେଦନ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୨ । ଏହାର ଲାଭ ଉଠାଇବା ପାଇଁ ଆପଣଙ୍କ ପାଖରେ ଆଧାର ନମ୍ବର ଥିବା ନିତ୍ୟାନ୍ତ ଜରୁରୀ ।
ଆଧାର ନମ୍ବର ସହିତ ନିଜ ପରିଚୟ ପତ୍ର ଦେବା ଜରୁରୀ । ଯେଉଁଥିରେ ଆପଣ ପ୍ୟାନ କାର୍ଡ, ଭୋଟର ଆଇଡି, ପାସପୋର୍ଟ ଓ ଡ୍ରାଇଭିଂ ଲାଇସେନ୍ସ ଅନ୍ତର୍ଭୁକ୍ତ । ଏହାସହିତ ରେସିଡେନ୍ସି ପ୍ରମାଣ ପତ୍ର ମଧ୍ୟ ଆବଶ୍ୟକ । ଇନକମ ସାର୍ଟିଫିକେଟ ମଧ୍ୟ ଦେବାକୁ ପଡିବ । ତାହା ସହ ଆପଣ ସାଲାରୀ ସ୍ଲିପ କିମ୍ବା ଇନକମ ଟ୍ୟାକ୍ସ ରିଟର୍ଣ୍ଣ ର ଦସ୍ତାବିଜ ମଧ୍ୟ ଦେଇପାରିବେ । ବ୍ୟାଙ୍କଷ୍ଟେଟମେଣ୍ଟ କପି ଦେବା ମଧ୍ୟ ଜରୁରୀ । ଆଉ ଆପଣଙ୍କର ପକ୍କା ଘର ନାହିଁ ବୋଲି ତାର ପ୍ରମାଣ ପତ୍ର ବି ଦେବାକୁ ପଡିବ ।
ଯଦି ଆପଣ ଘର ନିର୍ମାଣ କରିବାକୁ ଚାହୁଁଛନ୍ତି ଆଉ ଏହା ଆପଣଙ୍କ ସ୍ୱପ୍ନ ତେବେ ଆପଣ ପିଏମଏୱାଇ ଯୋଜନାର ଲାଭ ଉଠାଇ ପାରିବେ । ଆପଣ ମୋବାଇଲରେ ଏନେଇ ଆବେଦନ କରିପାରିବେ । ଏହାକୁ ଆବେଦନ କରିବା ପାଇଁ ସରକାର ଏକ ଆପ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଯାହାକୁ ଆପଣ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ । ଏହି ଆପରେ ନିଜ ମୋବାଇଲ ନମ୍ବର ଦେଇ ଲଗଇନ ଆଇଡି ବନାଇ ଲଗଇନ କରିପାରିବେ । ପାସୱାର୍ଡ ଦେଇ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରି ପିଏମଏୱାଇ ଯୋଜନାର ଲାଭ ଉଠାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking