ମୋଦିଙ୍କ ଏକତାର ମନ୍ତ୍ର

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଏକତା ଦିବସ ପରେଡେରେ ସାମିଲ ହୋଇଛନ୍ତି ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୪୫ ତମ ଜୟନ୍ତୀରେ ସର୍ଦ୍ଦାର ପଟେଲଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଶ୍ରଦ୍ଧାଜଂଳୀ ଜ୍ଞାପନ କରିଛନ୍ତି । ଗୁଜୁରାଟ କେଭାଡିରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଂଜଳୀ ଜଣାଇଛନ୍ତି । ରଷ୍ଟ୍ରୀୟ ଏକତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଂଜଳୀ ପରେ ମୋଦି ଏହି ସମ୍ବୋଧନ ଦେଇଛନ୍ତି । କରୋନା ମୁକାବିଲାରେ ଦେଶବାସୀଙ୍କ ଉଦ୍ୟମକୁ ସେ ପ୍ରଂଶସା କରିଛନ୍ତି । କରୋନା ପୁରା ବିଶ୍ୱର ମାନବ ଜୀବନକୁ ପ୍ରଭାବିତ କରିଛି । କିନ୍ତୁ କରୋନା ବିପକ୍ଷରେ ସାରା ଦେଶ ଏକଜୁଟ ହେଲା । ଦେଶର ୧୩୦ କୋଟି ଜନତା ଏକଜୁଟ ହୋଇ ଲଢୁଛନ୍ତି । କରୋନା ଯୋଦ୍ଧାଙ୍କ ବଳିଦାନକୁ ଦେଶ କେବେ ବି ଭୁଲିବନି । ସୀମାକୁ ନେଇ ଭାରତର ଦୃଷ୍ଟିକୋଣ ବଦଳିଛି । ସୀମାରେ ଶହ ଶହ କିଲୋମିଟର ସଡକ ନିର୍ମାଣ କରୁଛି ଭାରତ । ଶତ୍ରୁକୁ ମୁହଁତୋଡ ଜବାବ ଦେବାର ଶକ୍ତି ଆମ ପାଖରେ ଅଛି । ଭାରତର ଭୂମି ଉପରେ ଆଖି ପକାଇଲେ ଉତିଚ୍ ଜବାବ ମିଳିବ । ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ବଡ ଚିନ୍ତାର ବିଷୟ । ଆତଙ୍କବାଦ ବିରୋଧରେ ପୂରା ବିଶ୍ୱକୁ ଏକଜୁଟ୍ ହେବାକୁ ପଡିବ । ବିବିଧତାରେ ଏକତା ଆମର ପରିଚୟ । ଏହି ଏକତାକୁ ଭାଙ୍ଗିବାକୁ କିଛି ଶକ୍ତି ଅହରହ ଉଦ୍ୟମ କରୁଛନ୍ତି । ଏକତା ହିଁ ଆମକୁ ଅପରାଜୟେ, ଅସାଧାରଣ, ଅଦ୍ୱିତୀୟ କରିଛି ।

LEAVE A REPLY

Please enter your comment!
Please enter your name here