19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶକେନ୍ଦ୍ରର ବୈଠକରେ ଆସନ୍ତିନି ଦିଦି: ମୋଦି

କେନ୍ଦ୍ରର ବୈଠକରେ ଆସନ୍ତିନି ଦିଦି: ମୋଦି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ୫ମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇସାରିଛି । ରାଜ୍ୟର ୬ ଜିଲ୍ଲାରେ ୪୫ ସିଟ ଉପରେ ମତଦାତା ନିଜ ମତଦାନ ରଖୁଛନ୍ତି । ଅନ୍ୟପଟେ ପିଏମ ମୋଦିଙ୍କ ଆସନସୋଲରେ ରାଲି ଆରମ୍ଭ ହୋଇସାରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୪ଟି ପର୍ଯ୍ୟାୟ ମତଦାନରେ ଟିଏମସି ଖଣ୍ଡ ଖଣ୍ଡ ହୋଇସାରିଛି । ତେବେ ମୋଦି ଆସନସୋଲ ବ୍ୟତୀତ ଗଙ୍ଗାରାମପୁରରେ ବି ଏକ ଜନସଭାକୁ ସମ୍ବୋଧିତ କରିବେ । ପିଏମ ରାଲିରେ କହିଛନ୍ତି ଯେ, ବଙ୍ଗଳାରେ ମେ ୨ରେ ମମତା ଦିଦି ଭୂତପୂର୍ବ ସିଏମ ହୋଇଯିବେ । ଦିଦିଙ୍କ ମନରେ ଅଂହକାର ଭରି ରହିଛି । ଯେଉଁଥିପାଇଁ ସେ କେନ୍ଦ୍ରର ବୈଠକରେ ସାମିଲ ହୁଅନ୍ତି ନାହିଁ । ସେହିପରି ଗଲସୀରେ ବି ମମତା ବାନାର୍ଜୀ ବିଜେପିକୁ ଆଟାକ ଲକରିଥିଲେ । ମମତା କହିଥିଲେ ଆମ ସରକାର କାମରେ ବିଶ୍ୱାସ ରଖନ୍ତି । ଯେତେବେଳେକି ବିଜେପି ସରକାର କେବଳ ଭାଷଣ ଦିଏ । ଆଜି ପିଏମ ମୋଦିଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହ ବି ବଙ୍ଗଳାରେ ତିନୋଟି କାର୍ଯ୍ୟକ୍ରମରେ ଭାଗ ନେବେ । ଅନ୍ୟପଟେ ମମତା ବାନାର୍ଜୀ ଗଲସୀ, କଟବା ଓ ପୂର୍ବ ବର୍ଦବାନରେ ଜନସଭା କରିବେ । ମୋଦି କହିଥିଲେ ଦିଦି ଅଂହକାର କରୁଛନ୍ତି । କରୋନା ନେଇ ଗତ ଦୁଇଟି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସିଥିଲେ । ହେଲେ ଦିଦି ଆସିଲେ ନାହିଁ । ସେହିପରି ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସିଲେ , ହେଲେ ଦିଦି ଆସିନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking