ନୂଆଦିଲ୍ଲୀ:ଗୋଟିଏ ଅପରାଧ ପାଇଁ ଅଭିଯୁକ୍ତଙ୍କୁ ଶାସ୍ତି ଦେବା ଉଦ୍ଦେଶ୍ୟରେ ମଣିଷ ଆଉ ଏକ ଭୁଲ କରି ବସିଥାଏ । ବେଳେ ବେଳେ ଜଣକ ଭୁଲ ପାଇଁ ସାରା ପରିବାର ଲୋକଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିଥାଏ । ସେମିତି ଏକ ଘଟଣା ଆନ୍ଧ୍ରପ୍ରଦେଶରୁ ସାମ୍ମନାକୁ ଆସିଛି । ଏଠାରେ ଜଣେ ବାପା ତାଙ୍କ ଝିଅ ସହ ହୋଇଥିବା ଦୁଷ୍କର୍ମର ପ୍ରତିଶୋଧ ନେବା ପାଇଁ ଗୋଟିଏ ପରିବାରର ୬ ଜଣ ଲୋକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି । ଏହି ଘଟଣାଟି ବିଶାଖାପାଟଣା ଜିଲ୍ଲାର ଜଟ୍ଟାଦା ଗ୍ରାମରେ ଘଟିଛି । ଖବର ଅନୁଯାୟୀ ମୃତକଙ୍କ ପରିବାରର ଜଣେ ସଦସ୍ୟ ହତ୍ୟାକାଣ୍ଡ ରଚାଇଥିବା ବ୍ୟକ୍ତିର ଝିଅକୁ ବଳତ୍କାର କରିଥିଲେ । ଏହି ଘଟଣାରେ ଉତ୍ୟକ୍ତ ହୋଇ ପୀଡ଼ିତାଙ୍କ ବାପା କ୍ରୋଧରେ ଏଭଳି କରିଥିଲା । ତେବେ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ବଳତ୍କାର କରିଥିବା ବ୍ୟକ୍ତିର ପରିବାର ଲୋକଙ୍କ ହତ୍ୟା ପିଡ଼ିତାର ବାପା କରିଥିଲେ ହେଁ ବଳତ୍କାରୀ ଏବେ ବି ଫେରାର ରହିଛି । ଏବେ ପୋଲି ସମସ୍ତ ୬ଟି ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ତେବେ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।