28.1 C
Bhubaneswar
Sunday, July 13, 2025
Homeଦେଶ ବିଦେଶ୩୦ରୁ ଅଧିକ କମ୍ପାନୀ ସିଇଓଙ୍କ ସହ ମୋଦୀଙ୍କ ସାକ୍ଷାତ

୩୦ରୁ ଅଧିକ କମ୍ପାନୀ ସିଇଓଙ୍କ ସହ ମୋଦୀଙ୍କ ସାକ୍ଷାତ

ଟୋକିଓ : ଦୁଇ ଦିନିଆ ଜାପାନ ଗସ୍ତ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୪ ମେ ରେ କ୍ୱାର୍ଡ ସମ୍ମିଳନୀ ରେ ଭାଗ ନେବେ ପ୍ରଧାନମନ୍ତ୍ରୀ ମୋଦୀ । ଜାପାନ ର ମଲ୍ଟି ନ୍ୟାସନାଲ କମ୍ପାନୀର ଅଧକ୍ଷ ମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ବୈଠକରେ ଭାରତରେ ଥିବା ସ୍ମାର୍ଟ ସହରର ଶିକ୍ଷା ବ୍ୟବସ୍ଥାରେ ଉନ୍ନତୀ ପାଇଁ ଆଲୋଚନା ହୋଇଥିଲା । ଏନେଇ ବିଦେଶ ମନ୍ତ୍ରାଳୟ ର ପ୍ରବକ୍ତା ଅରିନ୍ଦମ ବାଗଚୀ ଟ୍ୱିଟ କରି କହିଛନ୍ତି , ଜାପାନର ୩୦ ରୁ ଅଧିକ କମ୍ପାନୀ ଗୁଡିକର ସିଇଓମାନଙ୍କ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି କି , ଟୋକିଓ ରେ ହୋଇଥିବା ବୈଠକ ରେ ପ୍ରଧାନମନ୍ତ୍ରୀ ବାଣିଜ୍ୟିକ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହା ସହ ମେକ ଇନ୍ ଇଣ୍ଡିଆ ଫର ଦ ୱାଲର୍ଡ ପାଇଁ ନିମନ୍ତ୍ରଣ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ସୁଜୁକି ମୋଟର କର୍ପୋରେସନ ର ଓସାମୁ ସୁଜୁକି ଙ୍କ ସହ ସାକ୍ଷାତ କରିଥିଲେ । ଓସାମୁ ସୁଜୁକି ଙ୍କ ସହ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ ମାଟେର ଯାନ ଉଦ୍ଦ୍ୟୋଗ ସୁଜୁକିର ପରିବର୍ତ୍ତନ ନେଇ କଥା ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking