30 C
Bhubaneswar
Tuesday, August 11, 2026
Homeଓଡିଶାଓଲଟିଲା ପିକ୍‌ଅପ୍‌ ଭ୍ୟାନ: ୧୫ ଶ୍ରମିକ ଆହତ

ଓଲଟିଲା ପିକ୍‌ଅପ୍‌ ଭ୍ୟାନ: ୧୫ ଶ୍ରମିକ ଆହତ

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ତାଳବଣିଆ ଛକ ନିକଟରେ ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ପ୍ରାୟ ୧୫ ଜଣ ଶ୍ରମିକ ଆହତ ହୋଇଛନ୍ତି। ଗାଡ଼ିରେ ୬୦ରୁ ଅଧିକ ଶ୍ରମିକ ଦୈନିକ କାମ ସାରି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।ଏକ ପିକ୍ଅପ୍ ଗାଡ଼ିରେ ୬୦ରୁ ଅଧିକ ଶ୍ରମିକ ମଜୁରୀ କାମ ସାରି ଘରକୁ ଫେରୁଥିଲେ। ଅତ୍ୟଧିକ ଯାତ୍ରୀ ବୋଝେଇ ହୋଇଥିବାରୁ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ତାଳବଣିଆ ଛକ ନିକଟରେ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ଦୁର୍ଘଟଣାରେ ପ୍ରାୟ ୧୫ ଜଣ ଶ୍ରମିକ ଆହତ ହୋଇଥିବା ବେଳେ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି।

ଖବର ପାଇ ନାମ୍ପୋ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ଯାତାୟାତ ସ୍ୱାଭାବିକ କରିଥିଲେ। ଦୁର୍ଘଟଣା ପରେ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ବେଳେ ପୋଲିସ ପିକ୍ଅପ୍ ଗାଡ଼ିକୁ ଜବତ କରି ଥାନାକୁ ଆଣିଛି। ପ୍ରାଥମିକ ତଦନ୍ତରୁ ଗାଡ଼ିଟି ମୟୁରଭଞ୍ଜ ଜିଲ୍ଲାରେ ପଞ୍ଜିକୃତ ବୋଲି ଜଣାପଡ଼ିଛି।ପୋଲିସ ଦୁର୍ଘଟଣାର ପ୍ରକୃତ କାରଣ, ଗାଡ଼ିରେ କ୍ଷମତାଠାରୁ ଅଧିକ ଶ୍ରମିକଙ୍କୁ କାହିଁକି ବୋଝେଇ ନିଆଯାଉଥିଲା ଏବଂ ଫେରାର ଡ୍ରାଇଭରଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଶ୍ରମିକ ପରିବହନରେ ସୁରକ୍ଷା ନିୟମ ପାଳନକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking