30.1 C
Bhubaneswar
Sunday, June 23, 2024
Homeଓଡିଶାପିଜି ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୩୧ରୁ; ୧୯,୮୨୫ ପିଲାଙ୍କୁ ସିଟ୍ ଆବଣ୍ଟିତ

ପିଜି ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୩୧ରୁ; ୧୯,୮୨୫ ପିଲାଙ୍କୁ ସିଟ୍ ଆବଣ୍ଟିତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର(ପିଜି) ନାମଲେଖା ପାଇଁ ଶୁକ୍ରବାର ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇଛି । ୧୬ ବିଶ୍ୱବିଦ୍ୟାଳୟ ଓ ୯୪ ଡିଗ୍ରୀ କଲେଜକୁ ମିଶାଇ ମୋଟ ୧୧୦ ଶିକ୍ଷାନୁଷ୍ଠାନରେ ନାମଲେଖା ହେବାକୁ ଥିବାବେଳେ ସିପିଇଟିରେ ପ୍ରଦର୍ଶନକୁ ଭିତ୍ତିକରି ପିଲାଙ୍କୁ ସିଟ୍ ଆବଣ୍ଟନ କରାଯାଇଛି । ୨୭ ହଜାର ୮୧୬ ସିଟ୍ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ୧୯,୮୨୫ ଜଣ ପିଲାଙ୍କୁ ସିଟ୍ ଆବଣ୍ଟନ କରାଯାଇଛି ।

ଚଳିତବର୍ଷ ୫୪ ହଜାର୧୦୭ ଛାତ୍ରଛାତ୍ରୀ ପିଜି ନାମଲେଖା ପାଇଁ ଆବେଦନ କରିଥିବାବେଳେ ୩୯,୬୯୬ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୬ହଜାର ୮୬୪ଜଣ ଛାତ୍ର, ୧୨,୯୫୯ଜଣ ଛାତ୍ରୀ ଓ ୨ଜଣ କିନ୍ନରଙ୍କୁ ମିଶାଇ ମୋଟ ୧୯ ହଜାର ୮୨୫ଜଣ ଛାତ୍ରଛାତ୍ରୀ ନାମଲେଖାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ପିଲାଙ୍କ ନାମଲେଖା ଜୁଲାଇ ୩୧ରୁ ଅଗଷ୍ଟ ୩ ତାରିଖ ମଧ୍ୟରେ ହେବାକୁ ଥିବାବେଳେ ଅଗଷ୍ଟ ୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ମୋଟ ୬ଟି ପର୍ଯ୍ୟାୟରେ ନାମଲେଖା ହେବ । ଛାତ୍ରଛାତ୍ରୀ ନାମଲେଖା ସମ୍ପର୍କିତ ସମସ୍ତ ତଥ୍ୟ ୱେବସାଇଟ୍ ମାଧ୍ୟମରେ ପାଇ ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking