33.1 C
Bhubaneswar
Friday, May 17, 2024
Homeଦେଶ ବିଦେଶପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଗୋଟିଏ ଦିନ ଆଶ୍ୱସ୍ତି ପରେ ରବିବାର ତୈଳ ବିତରଣ କମ୍ପାନୀ ପୁଣି ଥରେ ସାଧାରଣ ଲୋକଙ୍କୁ ଝଟକା ଦେଇଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ଆଜି ପୁଣି ଥରେ ମହଙ୍ଗା ହୋଇଛି । ପେଟ୍ରୋଲ ୧୭ ପଇସା ମହଙ୍ଗା  ହୋଇଥିବା ବେଳେ ଡିଜେଲ ୨୭ ପଇସା ପ୍ରତି ଲିଟର ବୃଦ୍ଧି ହୋଇଛି । ଏହି ବୃଦ୍ଦି ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ବୃଦ୍ଧି ପାଇ ୯୩.୨୧ ଟଙ୍କା ପ୍ରତି ଲିଟର ହୋଇଥିବା ବେଳେ ଡିଜେଲ ୮୪.୦୭ ଟଙ୍କା ପ୍ରତି ଲିଟର ହୋଇଛି । ଏହାପୂର୍ବରୁ ତୈଳ କମ୍ପାନୀ ଶନିବାର ଏତିରେ କୌଣସି ପରିବର୍ତନ କରିନଥିଲେ । ଏହି ମାସରେ ୧୨ ଥର ଇନ୍ଧନ ମୂଲ୍ୟରେ ବୃଦ୍ଧି କରାଯାଇଛି । ଦେଶରେ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡରେ ପହଂଚିଛି । ମୁମ୍ବାଇରେ ପେଟ୍ରୋଲ ଦର ବୃଦ୍ଧି ପାଇ ୯୯.୪୯ ଓ ଡିଜେଲ ୯୧.୩୦ ଟଙ୍କା ପ୍ରତି ଲିଟର ରହିଛି । ସେଠାରେ ପେଟ୍ରୋଲ ଦର ୧୦୦ ଟଙ୍କା ପ୍ରତି ଲିଟର ପହଂଚିବା ଉପରେ । ବର୍ତମାନ ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ଆଜି ୯୧.୬୦ ଟଙ୍କା ଥିବା ବେଳେ ପେଟ୍ରୋଲ ଲିଟର ପିଛା ୯୩.୯୨ ଟଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking