33.1 C
Bhubaneswar
Friday, May 3, 2024
Homeକରୋନାଆଉ ସପ୍ତାହେ ପାଇଁ ଦିଲ୍ଲୀରେ ବଢିଲା ଲକଡାଉନ

ଆଉ ସପ୍ତାହେ ପାଇଁ ଦିଲ୍ଲୀରେ ବଢିଲା ଲକଡାଉନ

ନୂଆଦିଲ୍ଲୀ: ଦିଲ୍ଲୀରେ ଲକଡାଉନ ଅବଧି ପୁଣି ଥରେ ଆଉ ସପ୍ତାହେ ପାଇଁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଡିଜିଟାଲ ପ୍ରେସ କନଫରେନ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଏହାପରେ ଦିଲ୍ଲୀରେ ୩୧ ମେ ସକାଳ ୫ ଟା ପର୍ଯ୍ୟନ୍ତ ଲକଡାଉନ ରହିବ ।  ଏହାପୂର୍ବରୁ ଲକଡାଉନ ଅବଧି ଆଜି ସନ୍ଧ୍ୟାରେ ହିଁ ସମାପ୍ତ ହେବାର ଥିଲା । ସେ କହିଛନ୍ତି ଯେ, ଆଜି ପୁଣିଥରେ ଆମ ଦିଲ୍ଲୀବାସୀଙ୍କୁ ନିଷ୍ପତ୍ତି ନେବାର ଅଛି ଯେ, ଲକ ଡାଉନ ବଢିବା ଦରକାର କି ନୁହେଁ ।  ଏପ୍ରିଲରେ ଯେତେବେଳେ ପୁରା ଦେଶରେ କରୋନାର ଦ୍ୱିତୀୟ ଲହର ଆସିଲା ସେତେବେଳେ ପରିସ୍ଥିତି ପୁରା ଖରାପ ଥିଲା ।  ଦିଲ୍ଲୀ ପ୍ରଥମ ରାଜ୍ୟ ଥିଲା ଦେଶରେ ଯେଉଁଠି ପ୍ରଥମେ ଲକଡାଉନ ଲାଗିଥିଲା । ସିଏମ କହିଛନ୍ତି, ଯଦି ସଂକ୍ରମଣ ମାମଲା ହ୍ରାସର ଏହି ପ୍ରକ୍ରିୟା ଏହିଭଳି ରୁହେ, ଲୋକେ ଏମିତି ଅନୁଶାସନ ପାଳନ କରନ୍ତି, ତେବେ ୩୧ ମେ ରୁ ଅନଲକ ପ୍ରକ୍ରିୟା ଆରମ୍ଭ କରାଯିବ । ସଂପୂର୍ଣ୍ଣ ଭାବରେ ଅନଲକ କରିବା ଠିକ ହେବନି । ସେଥିପାଇଁ ୩୧ ମେ ରୁ ଧିରେ ଧିରେ ଅନଲକ ହେବା ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking