29.1 C
Bhubaneswar
Sunday, May 19, 2024
Homeଓଡିଶାତୈଳଦର ପୁଣି ହେଲା ଆକାଶଛୁଆଁ, ଜାଣନ୍ତୁ କେଉଁଠି କେତେ ଦାମ୍

ତୈଳଦର ପୁଣି ହେଲା ଆକାଶଛୁଆଁ, ଜାଣନ୍ତୁ କେଉଁଠି କେତେ ଦାମ୍

ନୂଆଦିଲ୍ଲୀ : ଦେଶରେ ଲଗାତର ଭାବରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି । ଏହାର ପ୍ରଭାବ ସିଧାସଳଖ ସାଧାରଣ ଜନତାଙ୍କ ଉପରେ ପଡ଼ୁଛି । ଦେଶର ଅନେକ ପ୍ରମୁଖ ସହରରେ ତୈଳ ଦର ଆକାଶଛୁଆଁ ରହିଛି । ତୈଳ କମ୍ପାନୀ ଲଗାତର ଷଷ୍ଠ ଦିନ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି କରିଛନ୍ତି । ତେବେ ଆଜି ଡିଜେଲ ଦର ୩୫ ପଇସା ବଢ଼ିଥିବା ବେଳେ ପେଟ୍ରୋଲ ୩୦ ପଇସା ବୃଦ୍ଧି ପାଇଛି । ପ୍ରଥମ ଥର ପାଇଁ ମୁମ୍ବାଇରେ ଡିଜେଲ ଦର ୧୦୦ ପାର୍ କରିଛି । ପୂର୍ବରୁ ଦେଶର ଅନେକ ସହରରେ ପେଟ୍ରୋଲ ଦର ୧୦୦ ପାର୍ କରିସାରିଥିଲା । ହେଲେ ଏବେ ଡିଜେଲ ଦର ବି ୧୦୦ ପାର୍ କରି ରେକର୍ଡ କରିଛି । ଦିଲ୍ଲୀରେ ପେଟ୍ରୋଲ ଦର ୧୦୪.୧୪ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ଲିଟର୍ ପିଛା ୯୨.୮୨ ଟଙ୍କା ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦାମ୍ ଲିଟର୍ ପିଛା ୧୧୦.୧୨ ଟଙ୍କା ଓ ଡିଜେଲ ଦର ୧୦୦.୬୬ ଟଙ୍କାରେ ଆସି ପହଞ୍ଚିଛି । କୋଲକାତାରେ ପେଟ୍ରୋଲ ଦାମ୍ ୧୦୪.୮୦ ଟଙ୍କା ଓ ଡିଜେଲ ଦର ୯୫.୯୩ ଟଙ୍କା ହୋଇଛି । ଅନ୍ୟପଟେ ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଓଡ଼ିଶା, ଜମ୍ମୁ-କାଶ୍ମୀର ଓ ଲଦାଖରେ ପେଟ୍ରୋଲ ଦର ୧୦୦ ପାର୍ କରିସାରିଛି । ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking