34.1 C
Bhubaneswar
Friday, March 29, 2024
Homeଓଡିଶା୩୬ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର : ଆଇଏମ୍‌ଡି 

୩୬ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର : ଆଇଏମ୍‌ଡି 

ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ୩୬ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସୂଚନା ଦେଲା ଆଇଏମ୍‌ଡି । ପରବର୍ତ୍ତୀ ସମୟରେ ଲଘୁଚାପ ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୪ରୁ ୫ ଦିନ ଯାଏଁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ମୁହାଁ ହେବା ସମ୍ଭାବନା ଥିବା କହିଛି ଆଇଏମ୍‌ଡି । ତେବେ ବାତ୍ୟା ସମ୍ପର୍କରେ କୌଣସି ସୂଚନା ଦେଇନାହିଁ । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ବାତ୍ୟା ପୂର୍ବାନୁମାନ କରିଛି ।

ଲାୟନରକ୍‌ର ଅବଶିଷ୍ଟାଂଶ ଲଘୁଚାପ ସହ ମିଶିବ । ସ୍ଥିତି ଅନୁକୂଳ ରହିଲେ ସୃଷ୍ଟି ହୋଇପାରେ ବାତ୍ୟା । ଆସନ୍ତା ୧୩-୧୪ ତାରିଖ ବେଳକୁ ସାମୁଦ୍ରିକ ଝଡ଼ ସମ୍ଭାବନା ରହିଛି । ବାତ୍ୟା ହେଲେ ନାଁ ରହିବ ‘ଜଓ୍ଵାଦ୍‌’ । ଏହାର ଗତିପଥ ସ୍ପଷ୍ଟ ହେଇନି । କିନ୍ତୁ ସମ୍ଭାବ୍ୟ ମଡେଲ୍‌ ଦର୍ଶାଉଛି, ଅକ୍ଟୋବର ୧୭ରେ ସମ୍ଭାବ୍ୟ ବାତ୍ୟା ‘ଜଓ୍ଵାଦ୍‌’ ଶ୍ରୀକାକୁଲମରେ ଲ୍ୟାଣ୍ଡଫଲ କରିପାରେ । ସେହିପରି ଓ୍ଵିଣ୍ଡିର ସାଟେଲାଇଟ୍‌ ଚିତ୍ର ବି ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ନେଇ ଦର୍ଶାଉଛି । ୧୩-୧୪ ତାରିଖରେ ବାତ୍ୟା ସୃଷ୍ଟି ହୋଇପାରେ । ଓ୍ଵିଣ୍ଡିର ଜିଏଫ୍‌ଏସ୍‌ ମଡେଲ କହୁଛି ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିପାରେ ସମ୍ଭାବ୍ୟ ମଡେଲ୍‌ । ଆଜି ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking