38.1 C
Bhubaneswar
Tuesday, April 23, 2024
Homeଓଡିଶାସାମାଜିକ ଦୂରତ୍ୱକୁ ଫୁ : ବ୍ୟାଙ୍କ ସମ୍ମୁଖରେ ଅସମ୍ଭାଳ ଭିଡ଼

ସାମାଜିକ ଦୂରତ୍ୱକୁ ଫୁ : ବ୍ୟାଙ୍କ ସମ୍ମୁଖରେ ଅସମ୍ଭାଳ ଭିଡ଼

ବରଗଡ଼ : କରୋନା ସଂକ୍ରମଣ ରୋକିବା ପାଇଁ ସାମଜିକ ଦୂରତ୍ୱକୁ ସରକାର ବେଶ୍ ପ୍ରାଧାନ୍ୟ ଦେଇଛନ୍ତି । ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନତା କରାଯାଉଛି । କିନ୍ତୁ ଲୋକଙ୍କ ମାନସିକତାରେ ପରିବର୍ତନ ହେଉନଥିବା ବିଭିନ୍ନ ସ୍ଥାନରେ ଗହଳି ପରିଲିକ୍ଷିତ ହେଉଥିବା ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ବରଗଡ଼ ଜିଲ୍ଲା ବିଜେପୁର ଷ୍ଟେଟ୍‌ବ୍ୟାଙ୍କ ସମ୍ମୁଖରେ ଆଜି ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ସୋମବାର ଓ ମଙ୍ଗଳବାର ଦୁଇଦିନ ବ୍ୟାଙ୍କ ବନ୍ଦ ରହିଥିଲା । ତେଣୁ ଆଜି ବ୍ୟାଙ୍କ ସମ୍ମୁଖରେ ଗହଳି ଜମି ରହିଥିଲା । ଦୁଇଜଣ ପୁଲିସ କର୍ମଚାରୀ ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ସାମାଜିକ ଦୂରତ୍ୱକୁ ଖାତିର କରିନଥିଲେ । ଏ ନେଇ ପୁଲିସ ଟିମ୍ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ତାଗିଦ୍ କରିବା ପରେ ପରିସ୍ଥିତି ସ୍ୱାଭାବିକ୍ ହୋଇଥିଲା । ପୁଲିସର ଏଭଳି କାର୍ଯ୍ୟକୁ ସଚେତନ ନାଗରିକମାନେ ପ୍ରଶଂସା କରିଥିଲେ । ହେଲେ ବ୍ୟାଙ୍କରେ ସାମାଜିକ ଦୂରତ୍ୱକୁ ବଜାଇ ରଖିବାକୁ ବ୍ୟାଙ୍କ କର୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking