34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଫୋନ ରିସିଭ ନ କରିବାରୁ ରେଷ୍ଟୁରାଣ୍ଟ ମାଲିକଙ୍କ ଆତ୍ମହତ୍ୟା

ଫୋନ ରିସିଭ ନ କରିବାରୁ ରେଷ୍ଟୁରାଣ୍ଟ ମାଲିକଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଲୁଧିଆନା ସ୍ଥିତ ଡିଭିଜନ ତିନି ଥାନା ନିକଟରେ ଥିବା କ୍ୱାଲିଟି ହାଉସ ରେଷ୍ଟୁରାଣ୍ଟର ମାଲିକ ଗଗନଦୀପ ସିଂ ଓରଫ ଦେବ ଜଣେ ପୋଲିସ କନେଷ୍ଟବଳକୁ ରାଗି ନିଜେ ଆତ୍ମହତ୍ୟା କରିଛନ୍ତି । ସୂଚନା ମିଳିବା ପରେ ଘଟଣାସ୍ଥଳରେ ଡିଭିଜନ ତିନିର ଥାନା ଅଧିକାରୀ ପହଞ୍ଚିଛନ୍ତି । ତେବେ ଉକ୍ତ ମାଲିକଙ୍କ ନିକଟରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ କରିଛି ପୋଲିସ । ସେଥିରେ ମାତ୍ର ତିନି ଲାଇନରେ ଲେଖାରହିଛି । ପୁଲିସ କର୍ମୀ ତାଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ । ସେ ଦେବାକୁ ମନାକରିଥିବାରୁ ତାଙ୍କୁ ଧମକ ମଧ୍ୟ ମିଳିଥିଲା । ତେବେ ତାଙ୍କର ଏହି ମୃତ୍ୟୁ ପାଇଁ କନେଷ୍ଟବଳ ଓ କପର ସ୍କୁଟର ବାଲା ଦାୟୀ ବୋଲି ସେ ଉକ୍ତ ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି । ତେବେ ବର୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । ତେବେ ଏହା ଜାଣିବା ପରେ ଦେବଙ୍କ ବାପା ଅମରଜିତ୍ ସିଂ କହିଛନ୍ତି ଯେ, ତାଙ୍କ ରେଷ୍ଟୁରାଣ୍ଟ ପଛରେ ଉକ୍ତ ବ୍ୟକ୍ତିଙ୍କ ଘର । ଲକ୍ ଡାଉନ ପାଇଁ ଏବେ ରେଷ୍ଟୁରାଣ୍ଟ ବନ୍ଦ ରହିଛି । ଥାନା ଡିଭିଜନ ତିନିରେ ପୋଷ୍ଟିଂ ହୋଇଥିବା ଜଣେ କନେଷ୍ଟବଳଙ୍କ ସହ ଦେବଙ୍କର ବନ୍ଧୁତା ହୋଇଥିଲା । ଉକ୍ତ କନେଷ୍ଟବଳଙ୍କ ପରିବାର ବିଦେଶରେ ରୁହନ୍ତି । ତେବେ ଦେବଙ୍କୁ ମଧ୍ୟ ବିଦେଶରେ ଯାଇ ରହିବାକୁ କନେଷ୍ଟବଳ ବାରମ୍ବାର କହୁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking