34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶପତଞ୍ଜଳି ବିଜ୍ଞାପନ ମାମଲା: ରାମଦେବଙ୍କୁ କ୍ଷମା ଦେଲେନି ସର୍ବୋଚ୍ଚ ଅଦାଲତ

ପତଞ୍ଜଳି ବିଜ୍ଞାପନ ମାମଲା: ରାମଦେବଙ୍କୁ କ୍ଷମା ଦେଲେନି ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ: ପତଞ୍ଜଳି ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । କ୍ଷମା ପ୍ରାର୍ଥନା ପାଇଁ କୋର୍ଟରେ ହାଜର ହୋଇଥିଲେ ବାବା ରାମଦେବ ଓ ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ । କିନ୍ତୁ କୋର୍ଟ ଏହାକୁ ଗ୍ରହଣ କରି ନଥିବାବେଳେ ଉଭୟଙ୍କ ଉପରେ ବର୍ଷିଥିଲେ । ଫଳରେ ପୁଣିଥରେ ସୁପ୍ରିମକୋର୍ଟରୁ ରାମଦେବଙ୍କୁ ନିରାଶ ହେବାକୁ ପଡିଛି । ଆସନ୍ତା ୨୩ ତାରିଖରେ ପୁଣିଥରେ କୋର୍ଟରେ ହାଜର ହେବାକୁ ଉଭୟଙ୍କୁ କୁହାଯାଇଛି । ରାମଦେବ ଓ ବାଳକୃଷ୍ଣଙ୍କ ସହ ହିନ୍ଦୀରେ କଥା ହୋଇଥିଲେ ଜଷ୍ଟିସ ହିମା କୋହଲି ଏବଂ ଅସାଦ୍ଦୁଦିନ ଓମାନୁଲ୍ଲା । ଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ସେମାନେ କରିଥିବା କାମକୁ ପ୍ରଶଂସା କରିଥିଲେ କୋର୍ଟ ।

କିନ୍ତୁ ଔଷଧ ବ୍ୟବସାୟ ଏକ ବ୍ୟବସାୟ ଅଟେ । ନିଜ ଉତ୍ପାଦକୁ ବିକ୍ରି କରିବା ପାଇଁ ଆଧୁନିକ ଚିକିତ୍ସା ପ୍ରଣାଳୀର ପ୍ରଭାବଶୀଳତାକୁ କମ କରୁଛନ୍ତି ଏବଂ ଏଥିପାଇଁ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରୁଛନ୍ତି । ନଭେମ୍ବର ୨୦୨୩ରେ କୋର୍ଟ ଏକ ଆଦେଶ ଦେଇଥିଲେ । କିନ୍ତୁ ସେତେବେଳ ସାମ୍ବାଦିକ ସମ୍ମିଳନୀ କରି କୋର୍ଟଙ୍କ ଆଦେଶକୁ ରାମଦେବ ଉଲ୍ଲଂଘନ କରିଛନ୍ତି ବୋଲି କୋର୍ଟ କହିଛନ୍ତି । ଶୁଣାଣି ସମୟରେ ବାବା ରାମଦେବ ସର୍ବସାଧାରଣରେ କ୍ଷମା ମାଗିବାକୁ ଇଚ୍ଛୁକ ବୋଲି ବରିଷ୍ଠ ଓକିଲ ମୁକୁଲ ରୋହତାଗୀ ସୁପ୍ରିମକୋର୍ଟଙ୍କୁ କହିଥିଲେ । ରାମଦେବ ଏବଂ ବାଳକୃଷ୍ଣ ଯାହାବି କହିବାକୁ ଚାହୁଁଛନ୍ତି ସେଥିପାଇଁ ତାଙ୍କୁ ଆଗକୁ ଆସିବାକୁ ପଡିବ ବୋଲି ଜଷ୍ଟିସ ହିମା କୋହଲି କହିଥିଲେ । ଏହାପରେ ରାମଦେବ ବାବା କୋର୍ଟରେ ହାଜର ହୋଇଥିଲେ । ରାମଦେବ ବାବା କହିଛନ୍ତି ଯେ, ବିନା ସର୍ତ୍ତରେ ଆମେ କ୍ଷମା ପ୍ରାର୍ଥନା କରୁଛୁ । କାହାକୁ ଆଘାତ ଦେବା କିମ୍ବା କୋର୍ଟର ଆଦେଶକୁ ଅବମାନନା କରିବା କିମ୍ବା ନିୟମ ଉଲ୍ଲଂଘନ କରିବା ଆମର ଉଦ୍ଦେଶ୍ୟ ନୁହେଁ । ଆମର କ୍ଲିନିକାଲ୍ ପ୍ରମାଣ ଅଛି ।

ଆୟୁର୍ବେଦ ଏବଂ ଏଲୋପାଥିର ତୁଳନା ଉତ୍ସାହର ସହ କରିଥିଲୁ । ଏହି ଭୁଲର ପୁନରାବୃତ୍ତି ନ ହେବା ପାଇଁ ମୁଁ ପ୍ରୟାସ କରିବି । ବାଳକୃଷ୍ଣ କହିଛନ୍ତି ଯେ, ବାବା ରାମଦେବ ଯାହା କହିଛନ୍ତି ଆମର କ୍ଲିନିକାଲ୍ ପ୍ରମାଣ ଅଛି , କିନ୍ତୁ ଆମେ କ୍ଷମା ପ୍ରାର୍ଥନା କରୁଛୁ । ଜଷ୍ଟିସ ଅସାଦ୍ଦୁଦିନ ଓମାନୁଲ୍ଲା ପତଞ୍ଜଳିର ପ୍ରତିଷ୍ଠାତାମାନଙ୍କୁ କହିଛନ୍ତି ଯେ, ବିଜ୍ଞାପନ ମାଧ୍ୟମରେ ସେମାନେ ଅନ୍ୟ ଔଷଧକୁ ନୀଚ୍ଚ ଦେଖାଇ ପାରିବେ ନାହିଁ । କ୍ଷମା ପ୍ରାର୍ଥନା ନେଇ ଖଣ୍ଡପୀଠ କହିଥିଲେ, ”ରାମଦେବଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କରାଯିବ କି ନାହିଁ ଏନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । କାହିଁକିନା ସେମାନେ କୋର୍ଟଙ୍କ ନିର୍ଦ୍ଦେଶକୁ ଏକାଧିକ ଥର ଉଲ୍ଲଂଘନ କରିଛନ୍ତି । ରାମଦେବଙ୍କୁ ହଜାର ହଜାର ଲୋକେ ଅନୁସରଣ କରୁଛନ୍ତି ତେଣୁ ସେ ଯତ୍ନବାନ ହେବା ଜରୁରୀ । ଆଇନ ସମସ୍ତଙ୍କ ପାଇଁ ସମାନ । ତେଣୁ ଏଲୋପାଥି ମେଡିସିନକୁ ବଦନାମ କରିବା ଉଚିତ ନୁହେଁ । ଏପ୍ରିଲ ୨୩ ତାରିଖରେ ଏହି ମାମଲାର ଶୁଣାଣି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking