29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଅଯୋଧ୍ୟା ରାମ ମନ୍ଦିରରେ ପ୍ରଥମ ରାମ ନବମୀ; ଲାଗି ହେବ ୫୬ ପ୍ରକାର ଭୋଗ

ଅଯୋଧ୍ୟା ରାମ ମନ୍ଦିରରେ ପ୍ରଥମ ରାମ ନବମୀ; ଲାଗି ହେବ ୫୬ ପ୍ରକାର ଭୋଗ

ଅଯୋଧ୍ୟା: ରାତି ପାହିଲେ ରାମ ନବମୀ । ରାମ ନାମରେ ଗୁଞ୍ଜରିତ ହେବ ଗଗନ ପବନ । ଅଯୋଧ୍ୟା ରାମ ମନ୍ଦିରରେ ପ୍ରଥମ ଥର ପାଇଁ ଏହି ଉତ୍ସବ ପାଳନ କରାଯିବ । ଏନେଇ ରାମନଗରୀରରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଭକ୍ତଙ୍କ ଦର୍ଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାମ ମନ୍ଦିରରେ ପବିତ୍ର ଉତ୍ସବରେ ରାମଲାଲାଙ୍କର ହେବ ସୂର୍ଯ୍ୟତିଳକ । ଏଥିସହ ରାମଲାଲାଙ୍କ ନିକଟରେ ୫୬ ପ୍ରକାରର ଭୋଗ ଅର୍ପଣ କରାଯିବ । ରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ”ରାମ ନବମୀ ଉତ୍ସବକୁ ଖୁବ ଉତ୍ସାହର ସହ ପାଳନ କରାଯିବ ।

ଏଥି ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ମନ୍ଦିରର ସାଜସଜ୍ଜା ମଧ୍ୟ କରାଯାଇଛି । ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ପ୍ରଥମ ଥର ପାଇଁ ମନ୍ଦିରରେ ରାମ ନବମୀ ପାଳନ କରାଯିବ ।” ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ୧୬ ମିନିଟ ସମୟରେ ରାମଲାଲାଙ୍କ ସୂର୍ଯ୍ୟତିଳକ ହେବ । ପ୍ରଭୁ ରାମଙ୍କ ମସ୍ତକରେ ୫ ମିନିଟ ଧରି ଏହା ଶୋଭାବର୍ଦ୍ଧନ କରିବ । ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବ୍ୟବସ୍ଥା କରାଯାଇଛି । ବୈଜ୍ଞାନିକମାନେ ଏହି ଦିବ୍ୟ ମୂହୁର୍ତ୍ତ ପାଇଁ କାର୍ଯ୍ୟ କରୁଛନ୍ତି । ରାମ ନବମୀ ପାଇଁ ଆଜି ଭକ୍ତମାନଙ୍କ ଦ୍ୱାରା ୫୬ ପ୍ରକାରର ଭୋଗ ମନ୍ଦିରକୁ ଦିଆଯାଇଛି ।

ବୁଧବାର ମଧ୍ୟାହ୍ନରେ ପ୍ରଭୁଙ୍କ ନିକଟରେ ଏହାକୁ ଅର୍ପଣ କରାଯିବ । ରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ଟ୍ୱିଟ କରି କୁହାଯାଇଛି , ”ରାମ ନବମୀ ଦିନ ବ୍ରହ୍ମା ମୁହୂର୍ତ୍ତ ଭୋର ୩ଟା ୩୦ ରହିଛି । ଏହି ସମୟରେ ଭକ୍ତମାନେ ଧାଡି ବାନ୍ଧି ଭଗବାନଙ୍କୁ ଦର୍ଶନ କରିପାରିବେ । ୩ଟାରୁ ଭକ୍ତମାନେ ଧାଡ଼ି ବାନ୍ଧିବା ପାଇଁ ବ୍ୟବସ୍ଥା କରାଯିବ । ଦର୍ଶନ ସମୟକୁ ୧୯ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସକାଳ ମଙ୍ଗଳ ଆଳତୀ ଠାରୁ ଆରମ୍ଭ କରି ରାତି ୧୧ ପର୍ଯ୍ୟନ୍ତ ଦର୍ଶନ ଚାଲିବ । ଚାରି ଭୋଗ ନୈବେଦ୍ୟ ଅର୍ପଣ ସମୟରେ ୫ ମିନିଟ ପାଇଁ ଦର୍ଶନ ବନ୍ଦ ରହିବ । ରାମ ନବମୀ ଉତ୍ସବକୁ ଅଯୋଧ୍ୟାରେ ୧୦୦ ଏଲିଡି ମାଧ୍ୟମରେ ପ୍ରସାରିତ କରାଯିବ । ଟ୍ରଷ୍ଟର ସୋସିଆଲ ମିଡିଆ ଆକାଉଣ୍ଟରେ ସିଧାପ୍ରସାରଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking