27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଅପରାଧିକ ମାମଲା ବିଚାରାଧୀନ ଥିଲେ ବି ନବୀକରଣ ହେବ ପାସପୋର୍ଟ

ଅପରାଧିକ ମାମଲା ବିଚାରାଧୀନ ଥିଲେ ବି ନବୀକରଣ ହେବ ପାସପୋର୍ଟ

ହାଇଦ୍ରାବାଦ: ତେଲଙ୍ଗାନା ହାଇକୋର୍ଟ କହିଛନ୍ତି ଅପରାଧିକ ମାମଲା ବିଚାରାଧୀନ ଥିବାରୁ ପାସପୋର୍ଟ କର୍ତ୍ତୃପକ୍ଷ ଜଣେ ବ୍ୟକ୍ତିଙ୍କ ପାସପୋର୍ଟ ନବୀକରଣ ଆବେଦନକୁ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ । ଜଷ୍ଟିସ ସୁରେପାଲୀ ନନ୍ଦା କହିଛନ୍ତି, ଆବେଦନକାରୀଙ୍କ ପାସପୋର୍ଟ ନବୀକରଣକୁ ଅସ୍ୱୀକାର କରିବା ତାଙ୍କ ବିରୋଧରେ ଜାରି ରହିଥିବା ଅପରାଧିକ ମାମଲା ଯୋଗୁ ହୋଇପାରିବ ନାହିଁ । ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ବିଦେଶ ଯାତ୍ରା କରିବାର ଅଧିକାର ସହିତ ପାସପୋର୍ଟ ରଖିବାର ଅଧିକାରକୁ ମଧ୍ୟ ଅନ୍ତର୍ଭୁକ୍ତକରିଥାଏ ।

ତାଙ୍କ ପାସପୋର୍ଟ ନବୀକରଣ ପାଇଁ ସେ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ନିକଟରେ ଆବେଦନ କରିଥିବା ଦାବି କରିଛନ୍ତି । ତେବେ ଆଇପିସିର ଧାରା ୪୨୦ ଏବଂ ଧାରା ୩୪ ଅନୁଯାୟୀ ଅପରାଧିକ ମାମଲା ତାଙ୍କ ବିରୋଧରେ ବିଚାରାଧୀନ ଥିବା ଆଧାରରେ ଉକ୍ତ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ତେଣୁ ଆବେଦନକାରୀ ତାଙ୍କ ପାସପୋର୍ଟ ନବୀକରଣ ପାଇଁ ପାସପୋର୍ଟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ମାଗି ଏକ ଲିଖିତ ଆବେଦନ ମାଧ୍ୟମରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ବିରୋଧରେ ବିଚାରାଧୀନ ଅପରାଧିକ ମାମଲାକୁ ବିଚାରକୁ ନ ନେଇ ଏକ ସପ୍ତାହ ମଧ୍ୟରେ ତାଙ୍କ ପାସପୋର୍ଟ ନବୀକରଣ ଆବେଦନ ଉପରେ ବିଚାର କରିବାକୁ କୋର୍ଟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking