କୋଲକାତା: ପାର୍ଥ ଓ ଅର୍ପିତାଙ୍କ ସମ୍ପର୍କକୁ ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଅର୍ପିତାଙ୍କ ନାମରେ ମୋଟ ୩୧ଟି ଏଲଆଇସି (ଜୀବନବୀମା) ପଲିସୀ ଥିବାବେଳେ ସବୁଥିରେ ପାର୍ଥଙ୍କୁ ନୋମିନି ରଖାଯାଇଥିବା ଇଡି ସୂତ୍ରରୁ ଜଣାପଡିଛି ।
୨୦୧୨ରେ ପାର୍ଥ-ଅର୍ପିତା ପାର୍ଟନରସିପ୍ ଜରିଆରେ ‘ଏପିଏ ୟୁଟିଲିଟୀ ସର୍ଭିସ’ ନାମରେ କମ୍ପାନୀ ସ୍ଥାପନ କରିଥିଲେ । ପାର୍ଥ ଯେଉଁ ସମ୍ପତ୍ତି କିଣୁଥିଲେ, ତାହାର ମାଲିକାନା ସ୍ୱତ୍ୱ ଏହି କମ୍ପାନୀ ନାମରେ ପଞ୍ଜିକୃତ କରାଯାଉଥିଲା । ଇଡି ପକ୍ଷରୁ ଉଭୟଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କର ରିମାଣ୍ଡ ଅବଧି ଅଗଷ୍ଟ ୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।