25.1 C
Bhubaneswar
Saturday, January 4, 2025
Homeଓଡିଶାଖୋଲିଲା ପାର୍କ ଲାଇବ୍ରେରୀ

ଖୋଲିଲା ପାର୍କ ଲାଇବ୍ରେରୀ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମଥର ପାର୍କରେ ହେବ ମୁକାକାଶ ପାଠାଗାର ଆରମ୍ଭ ହେବ । ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ତଥା ଫରେଷ୍ଟ ପାର୍କରେ ପ୍ରଥମଥର ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ ହୋଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ଅବସରପ୍ରାପ୍ତ ଆଇଏଏସ୍ ଆର୍ ବାଲକ୍ରିଷ୍ଣନ୍ ଉଦ୍‌ଘାଟନ କରିଛନ୍ତି ।
ଭୁବନେଶ୍ୱରବାସୀଙ୍କ ସମୟ ଅତିବାହିତ କରିବାକୁ ସହରରେ ଅଧିକରୁ ଅଧିକ ପାର୍କ କରାଯାଉଥିବାବେଳେ ତାର ରକ୍ଷଣ ବେକ୍ଷଣ ଦାୟିତ୍ୱ ବିଡିଏ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନେଇଛି । ସହରରେ ଏବେ ଶହେରୁ ଊର୍ଦ୍ଧ୍ୱ ପାର୍କ ଥିବାବେଳେ ବଡ଼ ପାର୍କରେ ମୁକ୍ତାକାଶ ପାଠାଗାର ଖୋଲାଯିବାକୁ ନିଷ୍ପତ୍ତି ହୋଇଛି । ୨୦୨୦ରୁ ଏହି ନିଷ୍ପତ୍ତି ହୋଇଥିବାବେଳେ କରୋନା କଟକଣା ସକାଶେ ପାର୍କ ବନ୍ଦ ଥିଲା । ଯାହାଫଳରେ ବିଡିଏ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାର ସଫଳ ରୂପାୟନ ସମ୍ଭବପର ହୋଇପାରିନଥିଲା । ହେଲେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ ପାର୍କରେ ମୁକ୍ତାକାଶ ପାଠାଗାର ଯୋଜନାକୁ ସଫଳ କରାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ବିଜୁ ପଟ୍ଟନାୟକ ପାର୍କରେ ଆରମ୍ଭ ହେବାକୁ ଥିବା ଏହି ମୁକ୍ତାକାଶ ପାଠାଗାରରେ ବିଶେଷ କରି ପିଲାଙ୍କ କାହାଣୀ ଓ ବରିଷ୍ଠଙ୍କ ମନ ପସନ୍ଦିଆ ବହି ଉପଲବ୍ଧ କରାଯିବ । ଏହି ପାଠାଗାରର ରକ୍ଷଣବେକ୍ଷଣ ଦାୟିତ୍ୱ ସତ୍ୟ ନଗରର ବକୁଳ ଫାଉଣ୍ଡେସନ୍‌କୁ ଦିଆଯାଇଥିବାବେଳେ ସମ୍ପୃକ୍ତ ଘରୋଇ ସଂସ୍ଥା ସହ ଏେଇ ବିଡିଏ କର୍ତ୍ତୃପକ୍ଷଙ୍କ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ପାର୍କରେ ମୁକ୍ତାକାଶ ପାଠାଗାର ଯୋଜନାର ପରିକଳ୍ପନା ସମ୍ପୃର୍ଣ୍ଣ ଭାବେ ବିଡିଏ ନେଇଥିବାବେଳେ ଆଗକୁ ସହରର ବଡ଼ ବଡ଼ ପାର୍କରେ ଅଧିକରୁ ଅଧିକ ମୁକ୍ତାକାଶ ପାଠାଗାର ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି । ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ସହିଦନଗରରେ ବିଏମ୍‌ସି ପକ୍ଷରୁ ଏକ ମୁକ୍ତାକାଶ ପାଠାଗାରର ଉଦ୍‌ଘାଟନ କରାଯାଇଥିଲା । ଯାହାକୁ ଏବେ ନାଗରିକମାନେ ଯିବାକୁ ପସନ୍ଦ କରୁଥିବାବେଳେ ଏପରିସୁବିଧା କିପରି ଭୁବନେଶ୍ୱରର ଅଧିକରୁ ଅଧିକ ସ୍ଥାନରେ କରାଯାଇପାରିବ ସେନେଇ ଲକ୍ଷ୍ୟ ରଖାଯାଇଥିବା ବିଡିଏ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking