ରାୟଗଡା : ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାର ଚିତ୍ର ବଦଳିବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ । ପୂର୍ବରୁ ପରମ୍ପରା ଭାଙ୍ଗିଛନ୍ତି ଉଚ୍ଚଶିକ୍ଷିତ ଯୁବକ ଯୁବତୀ । ଅନେକ ଉଚ୍ଚଶିକ୍ଷିତ ଯୁବକ ଯୁବତୀ ବର୍ତ୍ତମାନ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଲକ୍ଷ ରହିଛି ଆଦିବାସୀ ହରିଜନଙ୍କ ପାଇଁ ସରକାରଙ୍କ ଯୋଜନାର ଅଭାବ ନାହିଁ । ହେଲେ ଶିକ୍ଷିତ ନେତୃତ୍ୱ ଅଭାବରୁ ତୃଣମୁଳରେ ପହଞ୍ଚି ପାରୁନି ଯୋଜନା । ଉଚ୍ଚଶିକ୍ଷିତ ଯୁବକ ଯୁବତୀ ଏବେ ଚାକିରିକୁ ବାଏ ବାଏ କରି ରାଜନୀତିରେ ପାଦ ଥାପୁଥିବା ପରିଲକ୍ଷିତ ହୋଇଛି । ସେଭଳି ଜଣେ ପ୍ରାର୍ଥନୀ ହେଲେ ଟୁନି ହୁଇକା(୨୫) । ସଦର ବ୍ଲକ କାମ୍ପମାଲିଗାଁ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାବେ ସେ ବର୍ତ୍ତମାନ ନିର୍ବାଚନ ଲଢ଼ୁଛନ୍ତି । ଟୁନି ଏମବିଏ(ଅର୍ଥ) ପାସକରି ବ୍ୟାଙ୍କ ଚାକିରି ପାଇଁ ମନ ବଳାଇଥିଲେ । ନିଜର ଉଦ୍ୟମରେ ସେ ଏକ ଘରୋଇ ବ୍ୟାଙ୍କରେ ଚାକିରି ପାଇବା ପାଇଁ ନିକଟରେ ମନୋନିତ ମଧ୍ୟ ହୋଇଥିଲେ । ହେଲେ ଆଉ ଚାକିରି ପାଇଁ ନଯାଇ ବର୍ତ୍ତମାନ ଟୁନି ନିଜ ଗାଁରେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ +୩ ପାସକରି ଏକ ଘରୋଇ କଲେଜରୁ ଏମବିଏ ପାସ କରିଥିଲେ । ପରେ ବ୍ୟାଙ୍କ ଚାକିରି ପାଇଁ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ । ଚାକିରି ପାଇଁ ତାଙ୍କୁ ଡାକରା ଆସିଥିଲା । କିନ୍ତୁ ଲୋକ ସେବା କରିବା ତାଙ୍କର ପ୍ରାଥମିକ ଲକ୍ଷ୍ୟ ଥିବାରୁ ଚାକିରି ପ୍ରତି ଲୋଭ ନରଖି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । କାମ୍ପମାଲିଗାଁ ପଞ୍ଚାୟତ ସମିତି ସଭ୍ୟ ପଦବୀ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ସର୍ବକନିଷ୍ଠ ପ୍ରାର୍ôଥନୀ ଭାବେ ମଇଦାନରେ ରହିଛନ୍ତି ଟୁନି । ତାଙ୍କ ବାପା କାର୍ସନା ହୁଇକାଙ୍କ ପଥରେ ଚାଲି ସେ ରାଜନୀତିକୁ ଓହ୍ଲାଇଛନ୍ତି । ତାଙ୍କ ବାପା ଏହି ପଞ୍ଚାୟତରୁ ୨ଥର ସରପଞ୍ଚ ଥିବାବେଳେ ଟୁନି ସେଠାରୁ ସମିତି ସଭ୍ୟ ଭାବେ ଲଢ଼ି ରାଜନୀତିକୁ ଓହ୍ଲାଇଛନ୍ତି । ଯଦି ସେ ବିଜୟୀ ହୁଅନ୍ତି ତାଙ୍କୁ ରାୟଗଡ଼ା ବ୍ଲକ ଅଧ୍ୟକ୍ଷା କରାଯିବ ବୋଲି ଚର୍ଚ୍ଚା ହେଉଛି । ଟୁନି ନିଜର ପ୍ରାର୍ôଥତ୍ୱ ସମ୍ପର୍କରେ କହିଛନ୍ତି ଯେ, ପୂର୍ବରୁ ଅନେକ ଲୋକ ପଞ୍ଚାୟତ ନିର୍ବାଚନରେ ନାଁକୁ ମାତ୍ର ଲଢୁଥିଲେ । ନିର୍ବାଚନ ଜିଣିବା ପରେ ୫ ବର୍ଷ କ’ଣ କାମ କରିବେ ଚିନ୍ତାକରି ସମୟ ଅତିବାହିତ ହୋଇଯାଉଥିଲା । ବର୍ତ୍ତମାନ ସମୟରେ ପରିବର୍ତ୍ତନ ଘଟିଛି । ପୂର୍ବରୁ ଆଦିବାସୀମାନେ ଶିକ୍ଷାଠାରୁ ଦୂରରେ ଥିବା ବେଳେ ବର୍ତମାନ ସମ୍ପ୍ରଦାୟର ଅନେକ ପିଲା ଶିକ୍ଷିତ ହେଉଛନ୍ତି । ନିର୍ବାଚିତ ହେଲେ ନିଜ ଅଞ୍ଚଳର ବିକାଶ ସହ ସମଗ୍ର ବ୍ଲକର ଉନ୍ନୟନମୂଳକ କାର୍ଯ୍ୟରେ ନିଜକୁ ସାମିଲ କରିବେ ବୋଲି କହିଛନ୍ତି । ମୁଖ୍ୟତଃ ଶିକ୍ଷାକୁ ସେ ଅଧିକ ଗୁରୁତ୍ୱ ଦେଉଥିବା କହିଛନ୍ତି । ଟୁନି ନିଜ ଗାଁରେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ +୩ ପାସକରି ଏକ ଘରୋଇ କଲେଜରୁ ଏମବିଏ ପାସ କରିଥିଲେ । ପରେ ବ୍ୟାଙ୍କ ଚାକିରି ପାଇଁ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ । ଚାକିରି ପାଇଁ ତାଙ୍କୁ ଡାକରା ଆସିଥିଲା । କିନ୍ତୁ ଲୋକ ସେବା କରିବା ତାଙ୍କର ପ୍ରାଥମିକ ଲକ୍ଷ୍ୟ ଥିବାରୁ ଚାକିରି ପ୍ରତି ଲୋଭ ନରଖି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।