35.1 C
Bhubaneswar
Sunday, May 17, 2026
Homeଦେଶ ବିଦେଶପାକିସ୍ତାନର ସରକାରୀ ଓ୍ବେବସାଇଟ୍‌ ଓ ‘ଏକ୍ସ’ ହ୍ୟାଣ୍ଡେଲ ବ୍ଲକ୍‌

ପାକିସ୍ତାନର ସରକାରୀ ଓ୍ବେବସାଇଟ୍‌ ଓ ‘ଏକ୍ସ’ ହ୍ୟାଣ୍ଡେଲ ବ୍ଲକ୍‌

ନୂଆଦିଲ୍ଲୀ: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ ହୋଇଛି। ଏହି ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି(ସିସିଏସ)ର ଏକ ଜରୁରୀକାଳୀନ ବୈଠକ ଡକାଯାଇଥିଲା, ଯେଉଁଥିରେ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନର ସରକାରୀ ‘ଏକ୍ସ’ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ। ପାକିସ୍ତାନ ସରକାରଙ୍କ ‘ଏକ୍ସ’ ହ୍ୟାଣ୍ଡେଲ ଭାରତରେ ଦୃଶ୍ୟମାନ ହେବ ନାହିଁ କିମ୍ବା ଏହାର କୌଣସି ପୋଷ୍ଟ ଦୃଶ୍ୟମାନ ହେବ ନାହିଁ। ତେବେ ପାକିସ୍ତାନ ଏବଂ ଭାରତ ବାହାରେ ଅନ୍ୟ ଦେଶରେ ଏହି ଆକାଉଣ୍ଟ ସକ୍ରିୟ ରହିବ। ‘ଏକ୍ସ’ ହ୍ୟାଣ୍ଡେଲ ବ୍ୟତୀତ ପାକିସ୍ତାନ ସରକାରଙ୍କ ଅଫିସିଆଲ୍‌ ଓ୍ବେବସାଇଟ୍‌କୁ ମଧ୍ୟ ଭାରତରେ ବ୍ଲକ୍‌ କରାଯାଇଛି। ଭାରତରେ https://pakistan.gov.pkକୁ ଆକ୍ସେସ୍‌ କରାଯାଇ ପାରିବନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking