20.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶମିଥ୍ୟା ସତ୍ୟପାଠ ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଯୋଗ୍ୟ ଘୋଷିତ

ମିଥ୍ୟା ସତ୍ୟପାଠ ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଯୋଗ୍ୟ ଘୋଷିତ

ଇସ୍‌ଲାମ୍‌ବାଦ: ପାକିସ୍ତାନର ନିର୍ବାଚନ ଆୟୋଗ ତୋସାଖାନା ମାମଲାରେ ପାକିସ୍ତାନ ତେହେରିକ-ଇ-ଇନସାଫ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ଆୟୋଗ କହିଛନ୍ତି ଯେ ଇମ୍ରାନ ଆଉ ଜାତୀୟ ସଭାର ସଦସ୍ୟ ନୁହଁନ୍ତି । ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ମିଥ୍ୟା ପ୍ରମାଣପତ୍ର ଦାଖଲ କରିଛନ୍ତି ଏବଂ ଦୁର୍ନୀତିଗ୍ରସ୍ତ କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣାପଡିଛି । ଏହା ପୂର୍ବରୁ ଚଳିତ ବର୍ଷ ସେପ୍ଟେମ୍ବର ୧୯ରେ, ତୋସାଖାନା ମାମଲାର ଶୁଣାଣିରେ ଇମ୍ରାନ ଖାନଙ୍କ ଓକିଲ ଅଲି ଜାଫର ସ୍ୱୀକାର କରିଥିଲେ ଯେ ଇମ୍ରାନ ୨୦୧୮-୧୯ରେ ପାଇଥିବା ଅତି କମରେ ଚାରିଟି ଉପହାର ବିକ୍ରି କରିଛନ୍ତି । ସେ ନିର୍ବାଚନ ଆୟୋଗଙ୍କୁ ସୂଚନା ଦେଇଛନ୍ତି ଯେ ଉପହାରଗୁଡ଼ିକ ୫୮ ମିଲିୟନ ଟଙ୍କାରେ ବିକ୍ରି ହୋଇଥିଲା ଏବଂ ଏହାର ରସିଦ ଆୟକର ରିଟର୍ଣ୍ଣ ସହ ଦାଖଲ ହୋଇଥିଲା । ଏହି ସମୟ ମଧ୍ୟରେ ଅଗଷ୍ଟ ମାସରେ ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ ରେଫରେନ୍ସ ଦାଖଲ କରି ଦାବି କରିଥିଲା ଯେ, ଖାନ କେବଳ କିଛି ଜିନିଷ ପାଇଁ ଦେୟ ଦାଖଲ କରି ‘ତୋସାଖାନା’ରୁ ଘରକୁ ନେଇଥିଲେ, କିନ୍ତୁ ସେ ନେଇଥିବା ଅଧିକାଂଶ ଜିନିଷ ପାଇଁ ଦେୟ ଦେଇ ନାହାନ୍ତି । ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଖାନ ନେଇଥିବା ଉପହାରଗୁଡିକ ସମ୍ପର୍କରେ ତଥ୍ୟ ପ୍ରକାଶ କରିନାହାଁନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking