23.1 C
Bhubaneswar
Friday, May 1, 2026
Homeଦେଶ ବିଦେଶମିଥୁନ୍‌ଙ୍କୁ ପାକିସ୍ତାନୀ ଡନ୍‌ର ହତ୍ୟା ଧମକ

ମିଥୁନ୍‌ଙ୍କୁ ପାକିସ୍ତାନୀ ଡନ୍‌ର ହତ୍ୟା ଧମକ

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ପରେ ଏବେ ଭେଟେରାନ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ହତ୍ୟା ଧମକ ମିଳିଛି। ପାକିସ୍ତାନୀ ଡନ୍ ଶେହଜାଦ ଭଟ୍ଟି ମିଥୁନ୍‌ଙ୍କୁ ତାଙ୍କ ମୁସଲିମ୍ ବିରୋଧୀ ବିୟାନବାଜି ପାଇଁ କ୍ଷମା ମାଗିବାକୁ ଧମକ ଦେଇଛି। ଯଦି ମିଥୁନ୍ ୧୦/୧୫ ଦିନ ମଧ୍ୟରେ କ୍ଷମାପ୍ରାର୍ଥନା ନକରନ୍ତି ତେବେ ତାଙ୍କୁ ହତ୍ୟା କରାଯିବ ବୋଲି ମଧ୍ୟ ଶେହଜାଦ୍ କହିଛି। ପାକିସ୍ତାନୀ ଡନ୍ ଶେହଜାଦ ଭଟ୍ଟିର ଦୁଇଟି ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ମିଥୁନ ଚକ୍ରବର୍ତ୍ତୀଙ୍କ ବୟାନ ଉପରେ ଧମକ ଦେଉଥିବା ଶୁଣିବାକୁ ମିଳୁଛି। ପ୍ରକାଶ, ମିଥୁନ୍ ଏକ ରାଜନୈତିକ କାର୍ଯ୍ୟକ୍ରମରେ କହିଥିଲେ ଯେ, ଯଦି ହିନ୍ଦୁଙ୍କ ବୁନ୍ଦାଏ ବି ରକ୍ତ ଝରେ ତେବେ ମୁସଲମାନଙ୍କୁ ସେ କାଟିଦେବେ ଏବଂ ମାଟିରେ ପୋତିଦେବେ। ତାଙ୍କର ଏପ୍ରକାର ବୟାନ୍ ପାଇଁ ତାଙ୍କ ବିରୋଧରେ ଏକାଧିକ ମାମଲା ମଧ୍ୟ ରୁଜୁ ହୋଇସାରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking