29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶପାକିସ୍ତାନ ରାଜନୀତିରେ ପୁଣି ହାଇଡ୍ରାମା; ନିଶା ଖାଉଥିଲେ ଇମ୍ରାନ

ପାକିସ୍ତାନ ରାଜନୀତିରେ ପୁଣି ହାଇଡ୍ରାମା; ନିଶା ଖାଉଥିଲେ ଇମ୍ରାନ

ଇସଲାମବାଦ: ପାକିସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ଗତ ୯ ତାରିଖରେ ଗିରଫ କରାଯିବା ପରେ ପିଆଇଏମ୍‌ଏସ୍ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା ଲାଗି ଭର୍ତ୍ତି କରାଯାଇଥିଲା । ତେବେ ତାହାର ରିପୋର୍ଟ ଆଜି ଆସିଥିବା ବେଳେ ସେ ନେଇ ସୂଚନା ଦେଇଛନ୍ତି ପାକିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରୀ ଅବଦୁଲ କାତିର ପଟେଲ । ଇମ୍ରାନଙ୍କ ମେଡିକାଲ ରିପୋର୍ଟ ଅନୁସାରେ ସେ ବହୁଳ ମାତ୍ରାରେ ନିଶାଦ୍ରବ୍ୟ ସେବନ କରିବା ସହ ତାଙ୍କ ଅସ୍ଥିର ମାନସିକ ଥିବା ନେଇ ସେ କହିଛନ୍ତି । ସେପଟେ ଗତ ୫ରୁ ୬ମାସ ଧରି ଇମ୍ରାନ ଗୋଡକୁ ପ୍ଲାଷ୍ଟର କରିଥିଲେ । ତେବେ ତାଙ୍କ ଗୋଡ଼ ଭାଙ୍ଗିନଥିବା ନେଇ ସେ ସ୍ପଷ୍ଟ କରିଛନ୍ତି । କରାଚିରେ ଏକ ସାମ୍ବାଦିକ ସମ୍ମିଳନୀରେ ଇମ୍ରାନଙ୍କ ମେଡିକାଲ ରିପୋର୍ଟ ନେଇ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ରିପୋର୍ଟକୁ ସାର୍ବଜନୀନ କରାଯାଇଥିବା ସେ କହିଛନ୍ତି ।

ଗତ ୫ରୁ ୬ ମାସ ଧରି ଗୋଡ ଭାଙ୍ଗିଥିବା ନେଇ ଇମ୍ରାନ ପ୍ଲାଷ୍ଟର କରି ବୁଲୁଥିବା ବେଳେ ତାଙ୍କ ଗୋଡ଼ ଭାଙ୍ଗିବା ନେଇ ରିପୋର୍ଟରେ କୌଣସି ତଥ୍ୟ ନଥିବା ସେ କହିଛନ୍ତି । ଏହି ପରୀକ୍ଷା ଲାଗି ଇମ୍ରାନଙ୍କ ମୂତ୍ରକୁ ନମୁନା ଭାବେ ସଂଗ୍ରହ କରାଯାଇଥିଲା । ପରୀକ୍ଷା ପରେ ସେ ଅତ୍ୟଧିକ ନିଶା ଦ୍ରବ୍ୟ ଯେପରିକି କୋକେନ, ମଦ ସେବନ କରୁଥିବା ନେଇ ଜଣାପଡ଼ିଥିଲା । ଏହାସହିତ ତାଙ୍କର ମାନସିକ ସନ୍ତୁଳନ ଠିକ ନଥିବା ସେ କହିଛନ୍ତି । ତାଙ୍କ ଆଚରଣ ଜଣେ ଫିଟ ମ୍ୟାନ ପରି ନଥିବା ସେ କହିଛନ୍ତି । ଏହାସହିତ ସେ ମାନସିକ ସ୍ତରରେ ସୁସ୍ଥ ନଥିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପଟେଲ । ଏ ନେଇ ସମସ୍ତ ରିପୋର୍ଟ ଆସିବା ପରେ ଏଗୁଡ଼ିକୁ ପୋଲିସକୁ ହସ୍ତାନ୍ତର କରାଯିବ । ସେ ଆହୁରି କହିଛନ୍ତି ଯେ ଇମ୍ରାନ ଏବେ ଯାହା ବି ଆଚରଣ କରୁଛନ୍ତି ତାହା କେବଳ ‘ପାଗଳ ବ୍ୟକ୍ତି’ ପରି କରୁଛନ୍ତି । ଏ ନେଇ ୫ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ ମଧ୍ୟ ସ୍ପଷ୍ଟ କରିଛନ୍ତି । ତାଙ୍କ ମାନସିକ ସ୍ଥିତି ସଠିକ ନଥିବା ସେମାନେ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking