31.1 C
Bhubaneswar
Friday, March 29, 2024
Homeଅପରାଧଚାମ୍ବରକୁ ଡାକି ଛାତ୍ରୀଙ୍କୁ ଅନୈତିକ ସମ୍ପର୍କ ରଖିବା ପାଇଁ କହିଲେ ପ୍ରଫେସର

ଚାମ୍ବରକୁ ଡାକି ଛାତ୍ରୀଙ୍କୁ ଅନୈତିକ ସମ୍ପର୍କ ରଖିବା ପାଇଁ କହିଲେ ପ୍ରଫେସର

ଲକ୍ଷ୍ନୌ: ପରୀକ୍ଷାରେ ପାସ୍ କରାଇ ଦେବା ଲାଗି ଛାତ୍ରୀଙ୍କ ଠାରୁ ଯୌନ ତୃପ୍ତି ଆଶା କଲେ କଲେଜ ପ୍ରଫେସର । ଅଶାଳୀନ ଶୈଳୀରେ କହିବା ସହ ଅନୈତିକ ସମ୍ପର୍କ ରଖିବା ପାଇଁ ପ୍ରଫେସର ଜଣକ ଛାତ୍ରୀଙ୍କୁ କହୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି । ଯାହାର ଦୃଶ୍ୟ ମୋବାଇଲ୍ କ୍ୟାମେରାରେ କଏଦ ହୋଇଛି । ଉତ୍ତରପ୍ରଦେଶ ଜୌନପୁର କଲେଜ ପ୍ରଫେସରଙ୍କ ଏଭଳି କାରନାମା ଏବେ ସାମ୍ନାକୁ ଆସିଛି । ପ୍ରଫେସର ଜଣକ ବିଇଡି ପରୀକ୍ଷାରେ ପାସ୍ କରାଇ ଦେବା ଲାଗି ଛାତ୍ରୀଙ୍କ ଠାରୁ ଯୌନ ତୃପ୍ତି ଆଶା ରଖିଥିଲେ । ଭିଡିଓ ଭାଇରାଲ୍ ପରେ, ଶୁକ୍ରବାର ଛାତ୍ରଛାତ୍ରୀମାନେ କଲେଜରେ ହଙ୍ଗାମା କରିଥିଲେ । ବୀର ବାହାଦୂର ସିଂ ପୂର୍ବାଞ୍ଚଳ ୟୁନିଭର୍ସିଟି ସହ ଏହି କଲେଜ ଅନୁବନ୍ଧିତ ।

ପ୍ରାଚୀନ ଇତିହାସର ପ୍ରଫେସର ଭାବେ ପ୍ରଦୀପ ସିଂ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାନ୍ତି । ଘଟଣାକୁ ନେଇ ପୋଲିସ୍ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ସହ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲା । ପ୍ରଫେସର ପ୍ରଦୀପଙ୍କ ନାଁରେ ଏକ ନୋଟିସ ଜାରି କରାଯାଇ ଉତ୍ତର ରଖିବା ଲାଗି କୁହାଯାଇଛି । ଏନେଇ କଲେଜ ପ୍ରିନ୍ସପାଲ୍ ଆଲୋକ ସିଂ ସୂଚନା ଦେଇଛନ୍ତି । ଏହାପରେ ଏହି ସ୍ପଷ୍ଟୀକରଣକୁ କଲେଜ ମ୍ୟାନେଜମେଣ୍ଟ କମିଟିକୁ ହସ୍ତାନ୍ତର କରାଯିବ । ତେବେ ତୁରନ୍ତ ପ୍ରଫେସରଙ୍କୁ ନିଲମ୍ବିତ ସହ ଗିରଫ ଲାଗି ଛାତ୍ରଛାତ୍ରୀ ଦାବି କରିଛନ୍ତି । ଭାଇରାଲ୍ ଭିଡିଓକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଖବର ଲେଖାଯିବା ସୁଦ୍ଧା ସମ୍ପୃକ୍ତ ଛାତ୍ରୀଙ୍କ ପକ୍ଷରୁ କିମ୍ବା ଅନ୍ୟ କେହି ଏନେଇ ପୋଲିସରେ ଅଭିଯୋଗ କରି ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking