27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଟଙ୍କା ଅଭାବରୁ ପାକିସ୍ତାନରେ ପାସପୋର୍ଟ ତିଆରି ବନ୍ଦ

ଟଙ୍କା ଅଭାବରୁ ପାକିସ୍ତାନରେ ପାସପୋର୍ଟ ତିଆରି ବନ୍ଦ

ଇସଲାମାବାଦ: ପାକିସ୍ତାନରେ ମହଙ୍ଗାମାଡ଼ ଦ୍ୱାରା ପ୍ରଭାବିତ ହେଉଛନ୍ତି ଜନସାଧାରଣ । ତେବେ ଏପରି ସ୍ଥିତିରେ ଆଉ ଏକ ସଙ୍କଟ ଦେଖାଦେଇଛି । ଦେଶରେ ଲାମିନେସନ୍ ପେପରର ଅଭାବ ଯୋଗୁ ପାକିସ୍ତାନୀ ନାଗରିକମାନେ ନୂଆ ପାସପୋର୍ଟ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାସପୋର୍ଟରେ ବ୍ୟବହୃତ ଲାମିନେସନ୍ ପେପର ଫ୍ରାନ୍ସରୁ ଆମଦାନୀ ହୋଇଥାଏ । ତେବେ ଏହି ସଙ୍କଟର ମୁକାବିଲା ପାଇଁ ସରକାର ଯଥାସମ୍ଭବ ଚେଷ୍ଟା କରୁଛନ୍ତି ବୋଲି ପାସପୋର୍ଟ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛିି । କିନ୍ତୁ ପାକିସ୍ତାନ ବାହାରକୁ ଯିବାକୁ ଚାହୁଁଥିବା ଲୋକମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଥିବା ସୂଚନା ମିଳିଛି ।

ପାକିସ୍ତାନର ଲୋକମାନେ ପୂର୍ବରୁ ଅଟା ଏବଂ ଡାଲିର ଅଭାବ ସହିତ ସଂଘର୍ଷ କରି ଆସୁଥିବା ବେଳେ ବର୍ତ୍ତମାନ ଏହି ନୂଆ ସମସ୍ୟା ସୃଷ୍ଟି ହେବା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ପାଠ ପଢ଼ା ବା କୌଣସି କାର‌୍ୟ୍ୟ କିମ୍ବା ବୁଲିବାକୁ ବିଦେଶକୁ ଯିବା ପାଇଁ ପାସପୋର୍ଟର ଆବଶ୍ୟକ ରହିଛି । ତେବେ ବର୍ତ୍ତମାନ ପରିସ୍ଥିତିରେ ପାସପୋର୍ଟ ମିଳିବାରେ ଡେରି ହେଉଥିବାରୁ ସେମାନଙ୍କର କାମ ଅଟକି ରହିଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି । ଏପରିକି ଅନେକ ଛାତ୍ରଛାତ୍ରୀଙ୍କର ବିଦେଶ ବିଶ୍ୱବିଦ୍ୟାଳୟରେ ପଢ଼ିବାର ସ୍ୱପ୍ନ ମଧ୍ୟ ଏହି କାରଣରୁ ବ୍ୟାହତ ହେଉଛି । ଏପରିକି ନୂଆ କାମରେ ଯୋଗ ଦେବାପାଇଁ ବାହାରିଥିବା ଜଣେ ବ୍ୟକ୍ତିଙ୍କର ଏପରି ଅସୁବିଧା କାରଣରୁ କାର୍ଯ୍ୟରେ ଯୋଗ ଦେବାରେ ବିଳମ୍ବ ହେଉଥିବା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking