29.1 C
Bhubaneswar
Saturday, July 27, 2024
Homeଓଡିଶା୧୨ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଲେ ରାଜ୍ୟ ସରକାର

୧୨ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା ହେବା ପାଇଁ ୮୪,୯୧୮.୭୫ କୋଟିର ପୁଞ୍ଜି ବିନିଯୋଗ ହେବ । ଏତି ସହିତ ବିଭିନ୍ନ କ୍ଷେତ୍ରରେ ୪୨,୨୮୧ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଏହି ବୃହତ ପୁଞ୍ଜି ବିନିଯୋଗ ଦ୍ୱାରା ପୋଷାକ ଏବଂ ବସ୍ତ୍ର, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ, ଇସ୍ପାତ, ଶକ୍ତି ଏବଂ ନବୀକରଣ ଶକ୍ତି, ରାସାୟନିକ ଏବଂ ପେଟ୍ରୋ ରାସାୟନିକ ଡାଉନଷ୍ଟ୍ରିମ୍ ସେକ୍ଟରରେ ଓଡିଶାର ଉତ୍ପାଦନ କ୍ଷମତା ପାଇଁ ଅଧିକ ଅବଦାନ ରହିବ । ଏହି ପ୍ରକଳ୍ପଗୁଡ଼ିକ କଟକ, ଢେଙ୍କାନାଳ, ଗଞ୍ଜାମ, ଜଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡା, ମାଲକାନଗିରି, ରାୟାଗଡା, ସମ୍ବଲପୁର ଏବଂ ସୁନ୍ଦରଗଡ ଜିଲ୍ଲାରେ ପ୍ରତିଷ୍ଠା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking