ନୂଆଦିଲ୍ଲୀ: ପାକିସ୍ତାନ ଦେଶର ବିଭିନ୍ନ ଜେଲ୍ରେ ଥିବା ୨୦୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶନିବାର ଖଲାସ କରିଛି । ଅଟାରୀ-ୱାଘା ସୀମାସ୍ଥିତ ଜଏଣ୍ଟ୍ ଚେକ୍ ପୋଷ୍ଟ୍ ନିକଟରେ ସେମାନଙ୍କୁ ବିଏସ୍ଏଫ୍ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ଆରବ ସାଗରରେ ମାଛ ଧରୁଥିବା ବେଳେ ଏହି ମତ୍ସ୍ୟଜୀବୀଙ୍କ ବୋଟ୍ କଥିତ ଭାବେ ପାକିସ୍ତାନୀ ଅଞ୍ଚଳକୁ ଚାଲିଯାଇଥିବାରୁ ପାକିସ୍ତାନ ସେମାନଙ୍କୁ ଗିରଫ କରିଥିଲା ।