27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶ୧୩ ମତ୍ସ୍ୟଜୀବୀଙ୍କ ସହ ପାକ୍ ବୋଟ୍ ଜବତ

୧୩ ମତ୍ସ୍ୟଜୀବୀଙ୍କ ସହ ପାକ୍ ବୋଟ୍ ଜବତ

ଅହମ୍ମଦାବାଦ: ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ମଙ୍ଗଳବାର ଆରବ ସାଗରରେ ୧୩ ଜଣ ମତ୍ସ୍ୟଜୀବୀଙ୍କ ସହ ପାକିସ୍ତାନର ଏକ ମାଛଧରା ବୋଟ୍ ଜବତ କରାଯାଇଛି । ତଟରକ୍ଷୀ ବାହିନୀ ଜାହାଜ ‘ଅରିଞ୍ଜୟ’ ଆରବ ସାଗରରେ ପାଟ୍ରୋଲିଂ କରୁଥିବାବେଳେ ଏହି ପାକିସ୍ତାନୀ ବୋଟ୍‌ଟି ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଲକ୍ଷ୍ୟ କରାଯାଇଥିଲା ।

ଉକ୍ତ ବୋଟ୍‌ଟି ପୁଣି ପାକିସ୍ତାନ ଆଡକୁ ପଳାଇବାକୁ ଉଦ୍ୟମ କରୁଥିବାବେଳେ ଏହାର ପଥ ଅବରୋଧ କରାଯାଇ ଏହାକୁ ଜବତ କରାଯାଇଛି । ୧୩ ଜଣ ମତ୍ସ୍ୟଜୀବୀଙ୍କ ସହ ଉକ୍ତ ବୋଟ୍‌କୁ ଓଖା ବନ୍ଦର ଅଣାଯାଇ ଗୁଜରାଟ ପୁଲିସକୁ ହସ୍ତାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking