ନୂଆଦିଲ୍ଲୀ: ଦିଲ୍ଲୀ ଏୟାରପୋର୍ଟରେ ମୁତୟନ ସିଆଇଏସ୍ଏଫ୍ ଯବାନମାନେ ମଙ୍ଗଳବାର ବିଦେଶ ଯିବାକୁ ଉଦ୍ୟତ ଜଣେ ଯାତ୍ରୀଙ୍କ ନିକଟରୁ ୭.୨ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ କରିଛନ୍ତି । ଭାରତୀୟ ପାସ୍ପୋର୍ଟଧାରୀ ମହମ୍ମଦ ଆସାଦ ନାମକ ଏହି ଯାତ୍ରୀଜଣକ ଦୁବାଇ ଯିବାକୁ ଉଦ୍ୟମ କରୁଥିବାବେଳେ ଟର୍ମିନାଲ-୩ ଚେକ୍-ଇନ୍ କାଉଣ୍ଟରରେ ତାଙ୍କର ବ୍ୟାଗକୁ ଯାଞ୍ଚ କରାଯାଇଥିଲା ।
ସେଥିରୁ ୫୦୦ ଟଙ୍କିଆ ୬୫ ସାଉଦି ରିୟାଲ ନୋଟ୍ ଏବଂ ୧୫୦ ୟୁଏଇ ଡିରହାମ୍ (ଭାରତୀୟ ମୁଦ୍ରାରେ ମୋଟ ୭.୨୪ ଲକ୍ଷ ଟଙ୍କା) ମିଳିଥିଲା । ବିଦେଶୀ ମୁଦ୍ରା ସହ ଆସାଦଙ୍କୁ ବହିଃଶୁଳକ୍ ଅଧିକାରୀଙ୍କ ଜିମା ଦିଆଯାଇଛି ।