24.1 C
Bhubaneswar
Saturday, March 2, 2024
Homeଦେଶ ବିଦେଶଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟରୁ ଅଧିକ ଆୟ କରୁଥିବା ଭାରତୀୟ ବିରାଟ କୋହଲୀ

ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟରୁ ଅଧିକ ଆୟ କରୁଥିବା ଭାରତୀୟ ବିରାଟ କୋହଲୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲୀ ଙ୍କ ଫ୍ୟାନ୍ସ କେବଳ ଭାରତ ନୁହେଁ, ବରଂ ସାରା ଦୁନିଆରେ ରହିଛି । ଏହାର ଅନୁମାନ ଆପଣ ଇନଷ୍ଟାଗ୍ରାମ ରେ ତାଙ୍କ ଫଲୋଅର୍ସ ଦେଖି ଆପଣ ଜାଣିପାରୁଥିବେ । ବିରାଟଙ୍କୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ୧୨ କୋଟିରୁ ଅଧିକ ଲୋକେ ଅନୁସରଣ କରନ୍ତି । ଏହାକୁ ବାଦ ଦେଲେ ଆୟରେ ବି ସେ ଆଗରେ ଅଛନ୍ତି । ଏହାର ଖୁଲାସା ସେଡ୍ୟୁଲିଂ ଟୁଲ୍ ହପରଏଚକ୍ୟୁ ରିଚଲିଷ୍ଟ ୨୦୨୧ରେ ହୋଇଛି । ଏହି ଲିଷ୍ଟ ଅନୁସାରେ, ବିରାଟ ଇନଷ୍ଟଗ୍ରାମରେ ଗୋଟିଏ ସ୍ପନସର୍ଡ ପୋଷ୍ଟରୁ ୫ କୋଟି ଆୟ କରନ୍ତି ।  ତାଙ୍କୁ ଦୁଇ ବର୍ଷ ପୂର୍ବରୁ ଗୋଟିଏ ପୋଷ୍ଟ ପାଇଁ ପ୍ରାୟ ୧.୩୫ କୋଟି ମିଳୁଥିଲା । ଅର୍ଥାତ ଦୁଇ ବର୍ଷରେ ହିଁ ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟରୁ ତାଙ୍କ ଆୟ ୩ ଗୁଣା ବଢିଛି । ବିରାଟ ଏହି ରିଚ ଲିଷ୍ଟର ଶୀର୍ଷ ୨୦ରେ ସାମିଲ ଥିବା ଏକମାତ୍ର ଭାରତୀୟ । ସେ ୧୯ ସ୍ଥାନରେ ରହିଛନ୍ତି ।
ଇନଷ୍ଟଗ୍ରାମ ରିଚଲିଷ୍ଟ ୨୦୨୧ରେ ପ୍ରଥମ ସ୍ଥାନରେ ପର୍ତ୍ତୁଗାଲ ଷ୍ଟାରଷ୍ଟ୍ରାଇକର କ୍ରିଷ୍ଟିୟାନୋ ରହିଛନ୍ତି । ସେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସ୍ପନସର୍ଡ ପୋଷ୍ଟ ମାଧ୍ୟମରେ ୧୧.୯ କୋଟି ଆୟ କରନ୍ତି । ତାଙ୍କର ୩୦ କୋଟି ଫଲୋଅର୍ସ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking