34.1 C
Bhubaneswar
Friday, March 29, 2024
Homeଓଡିଶାଦୂତୀକୃଷ୍ଣ ପଣ୍ଡା ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପାଠାଗାର ଉଦ୍‌ଘାଟନ ଓ ଜୟନ୍ତୀ ପାଳନ

ଦୂତୀକୃଷ୍ଣ ପଣ୍ଡା ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପାଠାଗାର ଉଦ୍‌ଘାଟନ ଓ ଜୟନ୍ତୀ ପାଳନ

ଭୁବନେଶ୍ୱର, ୧.୭ : ଦିବଗଂତ ବିଶିଷ୍ଟ ବାମପନ୍ଥୀ ନେତା, ପୂର୍ବତନ ବିଧାୟକ ଦୂତୀକୃଷ୍ଣ ପଣ୍ଡାଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଗଠିତ ଦୂତୀକୃଷ୍ଣ ପଣ୍ଡା ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୁରୁବାର ଦିନ ଏଆଇଟିୟୁସି ରାଜ୍ୟ କାର୍ଯ୍ୟାଳୟରେ ଦୂତୀକୃଷ୍ଣ ପଣ୍ଡାଙ୍କ ୯୯ତମ ଜୟନ୍ତୀ ପାଳିତ ହେବା ସହ ଏକ ପାଠାଗାର ଉଦ୍‌ଘାଟନ ହୋଇଯାଇଛି । ଆୟୋଜିତ ଜୟନ୍ତୀ ଉତ୍ସବରେ ସଭାପତିତ୍ୱ କରି ସର୍ବଭାରତୀୟ କଲେଜ ଶିକ୍ଷକ ସଂଘ ସଭାପତି ପ୍ରଫେସର ଡଃ ଅମୀୟ ମହାନ୍ତି ଆନୁଷ୍ଠାନିକ ଭାବେ ପାଠାଗାରକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସେ ଦୂତୀକୃଷ୍ଣ ପଣ୍ଡାଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର କର୍ମମୟ ଜୀବନର ସେବା ପରାୟଣତାକୁ ମନେ ପକାଇଥିଲେ । ବିଶିଷ୍ଟ ଶ୍ରମିକନେତା ବିଜୟ କୁମାର ଜେନା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଏଥିରେ ଏଚ୍‌ଏମ୍‌ଏସ୍ ନେତା ବିରେନ୍ଦ୍ର ପ୍ରତାପ ଦାସ, ସୁର ଜେନା, ପ୍ରଫେସର ନିରଞ୍ଜନ ପାଢୀ, ଶ୍ରମିକନେତା ସୌଭାଗ୍ୟ ରାଉତ, ସ୍ୱର୍ଗତ ଦୂତୀକୃଷ୍ଣ ପଣ୍ଡାଙ୍କ ନାତି ସମୀର କୁମାର ପଣ୍ଡା, ଉତ୍କଳ ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ଯୋଗଦେଇ ସ୍ମୃତିଚାରଣ କରିଥିଲେ । ଆଗାମୀ ଦିନରେ ଟ୍ରଷ୍ଟ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ସେମିନାର ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ପ୍ରଗତିଶୀଳ ପୁସ୍ତକ ପ୍ରକାଶନ ଓ ସମାଜ ସେବାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଘୋଷଣା କରାଯାଇଥିଲା । ବୈଠକ ପ୍ରାରମ୍ଭରେ ଟ୍ରଷ୍ଟର ଚେୟାରମ୍ୟାନ ତଥା ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଆକସ୍ମିକ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯିବା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking