22.1 C
Bhubaneswar
Wednesday, January 22, 2025
Homeଦେଶ ବିଦେଶଅନଲାଇନ୍ ଗେମିଂରୁ ଟଙ୍କା ଜିତିଲେ କଟିବ ଟ୍ୟାକ୍ସ

ଅନଲାଇନ୍ ଗେମିଂରୁ ଟଙ୍କା ଜିତିଲେ କଟିବ ଟ୍ୟାକ୍ସ

ନୂଆଦିଲ୍ଲୀ: ଆୟକର ବିଭାଗ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ଅନଲାଇନ୍ ଗେମିଂ କମ୍ପାନୀକୁ ଗେମିଂ ଟଙ୍କା ଜିତିବାକୁ ନେଇ ନୂଆ ଟାକ୍ସ ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି । ବୋର୍ଡ ନିଜ ନିର୍ଦ୍ଦେଶରେ କହିଛି, ଅନଲାଇନ୍ ଗେମ୍ରେ ପ୍ରାଇଜ ମନି ୧୦୦ ଟଙ୍କାରୁ କମ୍ ରହିଲେ ଗେମିଂ ପ୍ଳାଟଫର୍ମର ସ୍ରୋତ ଉପରେ ଟ୍ୟାକ୍ସ କାଟ୍‌(ଟିଡିଏସ୍‌) ଦରକାର ନାହିଁ । ଏହା ସହିତ ଅନଲାଇନ୍ ଗେମିଂରେ ଜିତିଥିବା ଟଙ୍କାର ଗଣନା ମୋଟ ଜମା ରାଶିକୁ ହ୍ରାସ ପରେ କରାଯିବ । ଉଲ୍ଲେଖନୀୟ ଯେ, ବର୍ତ୍ତମାନ ଅନଲାଇନ୍ ଗେମିଂ ପ୍ଲାଟଫର୍ମରେ ଏକ ପ୍ଲେୟାର ନେଟ୍ ୱିନିଂର ୩୦ ପ୍ରତିଶତ ଟ୍ୟାଙ୍କ ଲଗାଯାଇଥାଏ ।

ବୋର୍ଡ ନିଜ ନିର୍ଦ୍ଦେଶରେ କହିଛି ବୋନସ୍ କିମ୍ବା ପ୍ରୋତ୍ସାହନ ଉପରେ ଟ୍ୟାକ୍ସ ଲାଗିବନି ଯଦି ତାଙ୍କର ଦାବି କରାଯାଏନି କିମ୍ବା ଫେରାଇ ନିଆଯାଏନି । ସେଭଳି ନେଟ୍ ୱିନିଂର ଗଣନା ଆକାଉଣ୍ଟରେ ଜମା ମୋଟ ରାଶି ଓ ବର୍ଷ ଆରମ୍ଭରୁ ବାକି ଥିବା ରାଶିରୁ ଗ୍ରାହକଙ୍କ ଦ୍ୱାରା ବାହାର କରାଯାଇଥିବା ରାଶିକୁ ହ୍ରାସ କରି କରାଯିବ । ସରକାର ଅନଲାଇନ୍ ଗେମିଂ ଟ୍ୟାକ୍ସରେ ସଂଶୋଧନ କରିଛନ୍ତି ଓ ଏହାକୁ ୧ ଜୁଲାଇ ୨୦୨୩ରୁ ଲାଗୁ କରାଯିବ । ସରକାର ଏଥିପାଇଁ ଆୟକର ନିୟମ ୧୯୬୨ ରେ ସଂଶୋଧନ କରି ନୂଆ ଧାରା ୧୯୪ ବିଏକୁ ଶାମିଲ କରିଛନ୍ତି । ଗତ କିଛି ସମୟ ହେବ ଅନଲାଇନ୍ ଗେମ୍ ଖୁବ୍ ପ୍ରସିଦ୍ଧ ରହିଛି ଓ ଖେଳାଳିମାନେ ଏହାଦ୍ୱାରା ମୋଟା ଅଙ୍କର ଆୟ କରୁଛନ୍ତି । ଅର୍ଥାତ ସରକାର ଏହାକୁ ସମ୍ପୂର୍ଣ୍ଣ ଭାବରେ ଇନକମ୍ ଟ୍ୟାକ୍ସ ପରିସରରେ ଆଣିବାକୁ ଚାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking