27.1 C
Bhubaneswar
Tuesday, July 22, 2025
Homeଅପରାଧଗୁଜବ ପ୍ରଚାର କରି ଜଣେ ଯୁବକକୁ ଗିରଫ

ଗୁଜବ ପ୍ରଚାର କରି ଜଣେ ଯୁବକକୁ ଗିରଫ

ଯାଜପୁର:ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ ଆଜି ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ବରୀ ଥାନା ଶେରପୁର ଗ୍ରାମର ସମୀର ରାଉତ ବୋଲି ଜଣାପଡିଛି । ଗତକାଲି ରାତିରେ  ଏହି ଯୁବକ ଜଣକ ନିଜ ଫେସବୁକରେ କରୋନା ସମ୍ପର୍କରେ ଏକ ଗୁଜବ  ଖବର ପୋଷ୍ଟ କରିଥିଲା । ଏହା ଜାଣିପାରି ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ଆଜି ସନ୍ଧ୍ୟାରେ ପୋଲିସ ତାକୁ ଗିରଫ କରିଥିବା ଏସପି ଟୁଇଟ ଯୋଗେ ଜଣାଇଛନ୍ତି ।

ଅଚିହ୍ନା ଯୁବକର ମୃତ ଦେହ ଉଦ୍ଧାର

ଯାଜପୁର : ଯାଜପୁର ଜିଲ୍ଲା ବୈରୀ ପୋଲିସ୍ ଟ୍ରେନିଂ କ୍ୟାମ୍ପ ନିକଟ ଖୋଲା ପଡିଆରୁ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ। ଯୁବକଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ, ସକାଳ ସମୟରେ ନିୟମିତ ବ୍ୟାୟାମ କରିବାକୁ ଯାଉଥିବା କିଛି ଲୋକ ପଡ଼ିଆରେ ଯୁବକଙ୍କୁ ଏଭଳି ଅବସ୍ଥାରେ ପଡିରହିଥିବା ଦେଖି ପୋଲିସକୁ ଜଣାଇଥିଲେ। ମୃତ ଯୁବକ ଜଣକ ଶରୀରର ସମ୍ମୁଖ ଓ ପଛ ପାର୍ଶ୍ୱର କିଛି ଅଂଶ ପୋଡି ଯାଇଥିବା ଦେଖିବାକୁ ମିଳିଥିଲା। ଯୁବକ ଜଣକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି। ବୈରୀ ପୋଲିସ୍ ମୃତଦେହକୁ  ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking