30.1 C
Bhubaneswar
Wednesday, April 24, 2024
Homeଓଡିଶାଟିଇଏମଏସ ସ୍କୁଲ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ଟିଇଏମଏସ ସ୍କୁଲ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ଯାଜପୁର(ଓଏନଏ) କରୋନା ପାଇଁ ଦେଶ ଲକ ଡାଉନ ଥିଲା ବେଳେ ଯାଜପୁର ରୋଡ଼, କଳିଙ୍ଗ ନଗର, କୋରାଇ ଜନ ଶୂନ୍ୟ ହୋଇ ଯାଇଛି ଲୋକ ମାନେ ପ୍ରଶାସନ ର ଆଦେଶ କୁ ମାନି ଘରେ ରହୁଛନ୍ତି !ଗରିବ, ଡେଲି ମଜୁରିଆ, ଭିନ୍ନ କ୍ଷମ ମାନେ ଭୋକ ଉପବାସ ରେ ଦିନ କଟାଉଥିବା ବେଳେ କିଛି ଯୁବକ ସଙ୍ଘ, କ୍ଳବ, ଏନ ଜି ଓ, ଶିକ୍ଷା ସଂସ୍ଥାନ ରାନ୍ଧ ଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି !କୋରାଇ ବ୍ଲକ ଅନ୍ତର ଗତ ତାରାକୋଟ ପଂଚାୟତ ରେ ଆଜି ତାରିଣୀ ଇଂଲିଶ ମିଡ଼ିଅମ ସ୍କୁଲ ତରଫରୁ ତାରାକୋଟ ଗାଁ ରେ ଥିବା ଗରିବ ମଜୁରିଆ, ଭିନ୍ନକ୍ଷମ, ହୋମ ଆଇସୋଲେସନ ରେ ଥିବା ପରିବାର ବର୍ଗ କୁ ଶୁଖିଲା ଖାଦ୍ୟ ବଣ୍ଟା ଯାଇ ଥିଲା ଓ କରୋନା କୁ କିଭଳି ପ୍ରତି ହତ କରାଯାଇପାରିବ ଜନସଚେତନା କରାଯଇଥିଲା ! ଗାଁ ର ବିଭିନ୍ନ ସାହି ଯଥା ବଙ୍ଗାଳି ସାହି, ଗୌଡ଼ ସାହି, ବାଜିକା ସାହି, କଜିପାଟଣା ସାହି, କାଜି ସାହି, ସଂତସାହି, ପତି ସାହି, ପାଟୁଳିଆ ସଚେତନତା ସହ ଶୁଖିଲା ଖାଦ୍ୟ ବାଣ୍ଟି ଥିଲେ ସ୍କୁଲ ର ପ୍ରତିଷ୍ଠାତା ଶ୍ରୀ ମଦନ ମୋହନ ସାହୁ ଓ ସ୍କୁଲ କମିଟି ସଦସ୍ୟ ରିଆ ଜୁଡିନ ଓରଫ ଗୁଡ଼ୁ ଭାଇ, କୁଳମଣି ସିଂହ, ମନୋଜ ସାହୁ, ପ୍ରକାଶ ସାହୁ ସହଯୋଗ କରିଥିଲେ !
 

ସୂର୍ଯ୍ୟାଲୋକ  ପକ୍ଷରୁ ବିଭିନ୍ନ ବସ୍ତିରେ କୋରୋନା ସହାୟତା ପ୍ରଦାନ

ଯାଜପୁର; ଯାଜପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୂର୍ଯ୍ୟାଲୋକ ସମାଜସେବା ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ବସ୍ତିରେ କୋରୋନା ସହାୟତା ପ୍ରଦାନ କରାଯାଇଛି । ଅନୁଷ୍ଠାନ ପକ୍ଷରୁ ବସୁବନ୍ଧୁ ଦାସ ଏବଂ ରୋଟାରିଆନ ଗିରିଶ ମିଶ୍ରଙ୍କ ନେତୃତ୍ୱରେ ବିଭିନ୍ନ ଅଂଚଳରେ ବୁଲି ବୁଲି ଶୁଖିଲା ଖାଦ୍ୟ, ସାବୁନ, ମାସ୍କ ଆଦି ବଂଟନ କରିଥିଲେ ।

ଏଥିସହିତ ପ୍ରତ୍ୟେକଙ୍କୁ ହାତ ଧୋଇବାର କୌଶଳ ଶିଖାଇବା ସହିତ ପରିସ୍କାର ଓ ପରିଚ୍ଛନ୍ନ ରହିବାକୁ ପରାମର୍ଶ ଦେଇଥିଲେ । ଏହି ଭଳି କାର୍ଯ୍ୟକ୍ରମରେ  ସୂର୍ଯ୍ୟାଲୋକ ଅନୁଷ୍ଠାନ ର ଅସିତ ଅଂଶୁମାନ ରାଉତରାୟ, ଲୋକନାଥ ସାହୁ, ମହେଶ୍ୱର ନାଥ ଓ ମନୋଜ ବେହେରା ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଶୁଖିଲା ଖାଦ୍ୟ ବଣ୍ଟନ ସହ ସଚେତନ କରାଇଥିଲେ । ଅନୁଷ୍ଠାନର ଏପରି କାର୍ଯ୍ୟକୁ ସାଧାରଣରେ ବେଶ ପ୍ରସଂଶା କରାଯାଇଛି ।

ବଦାନ୍ୟ ବ୍ୟକ୍ତି ଓ ସ୍ୱେଚ୍ଛାସେବୀଙ୍କ ଦାନ

ଯାଜପୁର; କୋରୋନା ମୁକାବିଲା ପାଇଁ ଯାଜପୁର  ଜିଲାରେ ଅନେକ ବଦାନ୍ୟ ବ୍ୟକ୍ତି ଓ ସ୍ୱେଚ୍ଛାସେବୀ ମୁଖ୍ୟମନ୍ତ୍ରୀ ରିଲିପଂ ପଂଣ୍ଡ ଏବଂ ପ୍ରଧାନମନ୍ତ୍ରୀ କେୟାର ପଂଣ୍ଡକୁ ଦାନ କରୁଛନ୍ତି ।

ରସୁଲପୁର ବ୍ଲକ ହରିପୁର ଅଂଚଳର ବିଶିଷ୍ଟ ବ୍ୟବସାୟୀ ଅଶୋକ କୁମାର ସାହୁ  ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ୨୫ ହଜାର ଟଙ୍କା ଯାଜପୁର ଜିଲାପାଳ ରଂଜନ କୁମାର ଦାସଙ୍କ ମାଧ୍ୟମରେ ପଠାଇଛନ୍ତି । ସେହିଭଳି ଯାଜପୁର ସ୍ୱେଚ୍ଛାସେବୀ ପ୍ରଧାନମନ୍ତ୍ରୀ କେୟାର ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ୨୫ ହଜାର ଟଙ୍କାର ଚେକ ଯାଜପୁର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦେଶର ଏହିଭଳି ବିପଦ ସମୟରେ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking