29.1 C
Bhubaneswar
Sunday, May 19, 2024
Homeଓଡିଶାଶବ ଦାହ ପାଇଁ ଯାଇ ବୁଡ଼ିଗଲେ ନଦୀରେ 

ଶବ ଦାହ ପାଇଁ ଯାଇ ବୁଡ଼ିଗଲେ ନଦୀରେ 

ରାଉରକେଲା: ଜଣେ ପଡ଼ୋଶୀଙ୍କର ଶବ ଦାହରେ ସାମିଲ ହେବାକୁ ଯାଇଥିବାବେଳେ ନଦୀରେ ବୁଡ଼ିଯାଇଛନ୍ତି ସ୍ଥାନୀୟ ଗାନ୍ଧି ରୋଡ୍‌ର ଗୋପାଳ ବୋଷ(୫୬) । ଗାଧେଇବାବେଳେ ଗୋଡ଼ ଖସିଯିବାରୁ ସେ ନଦୀରେ ବୁଡ଼ିଯାଇଥିଲେ । ଦୀର୍ଘ ସମୟଧରି ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିବାପରେ ମଧ୍ୟ ନିଖୋଜ ଗୋପାଳଙ୍କର କୌଣସି ପତ୍ତା ମିଳିପାରି ନାହିଁ । ସୂଚନା ଅନୁଯାୟୀ, ସ୍ଥାନୀୟ ଗାନ୍ଧୀ ରୋଡ୍‌ରେ ରୁହନ୍ତି ଗୋପାଳ । ନିଜର ଝିଅମାନଙ୍କୁ ବିବାହ କରିସାରିବାପରେ ସେ ରାଉରକେଲାରେ ଏକୁଟିଆ ରହୁଛନ୍ତି । ଆଜି ପୂର୍ବାହ୍ନରେ ଗାନ୍ଧୀ ରୋଡ୍‌ର ଜଣେ ପଡ଼ୋଶୀଙ୍କ ଅକାଳ ବିୟୋଗ ଘଟିଥିଲା । ତାଙ୍କର ଶବ ଦାହ କରିବାକୁ ଗୋପାଳ ଓ ଅନ୍ୟ କିଛି ଲୋକ ବେଦବ୍ୟାସ ଯାଇଥିଲେ । ବେଦବ୍ୟାସ ଘାଟରେ ଅନ୍ତିମ ସଂସ୍କାର ସଂପନ୍ନ ହେବାପରେ ଗୋପାଳ ଗାଧେଇବାକୁ ଯାଇଥିଲେ । ଏତିକିବେଳେ ତାଙ୍କର ଗୋଡ଼ ଖସିଯିବାରୁ ନଦୀ ସ୍ରୋତରେ ଭାସିଯାଇଥିଲେ । ସେଠାରେ ଉପସ୍ଥିତ କିଛି ଲୋକ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ପରେ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯିବାପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାୟ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଜାଖୋଜି କରିବାପରେ ମଧ୍ୟ ଗୋପାଳଙ୍କ କୌଣସି ସୁରାକ୍ ବି ମିଳିନଥିଲା । ସଂପ୍ରତି ନଦୀର ଜଳସ୍ତର ବେଶ୍ ଅଧିକ ଥିବାରୁ ସେ କୁଆଡ଼େ ଭାସିଯାଇଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking