29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶପୁଣିଥରେ ରାଜଧାନୀରେ ‘ମଦ’ର ହୋମ ଡେଲିଭରୀ

ପୁଣିଥରେ ରାଜଧାନୀରେ ‘ମଦ’ର ହୋମ ଡେଲିଭରୀ

ନୂଆଦିଲ୍ଲୀ : ରାଜଧାନୀ ନୂଆଦିଲ୍ଲୀରେ ମଦ ହେବ ହୋମ ଡେଲିଭରୀ । ଘରେ ବସି ବସି ଅନଲାଇନରେ ମଦ ଅର୍ଡର କରି ପାରିବେ ଲୋକେ। ପୂର୍ବରୁ କରୋନାର ଦ୍ୱିତୀୟ ଲହର ଓ ତୃତୀୟ ଲହର ସମୟରେ ଏମିତି କିଛି ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ ସରକାର । ବର୍ତ୍ତମାନ ମଧ୍ୟ ଏହି ନିଷ୍ପତ୍ତିକୁ ଦୋହରାଇଛନ୍ତି ଜାତୀୟ ରାଜଧାନୀ ଦିଲ୍ଲୀର ସରକାର। ଓମିକ୍ରନର ପ୍ରଭାବ ବଢୁଥିବାରୁ ସିନେମା ହଲ, ସ୍କୁଲ, କଲେଜ ପ୍ରଭୃତି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏମିତି ପରସ୍ଥିତିରେ ବାହାରେ ଭିଡ କମ କରିବା ପାଇଁ ନାଇଟ କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି ।

ଏହା ସହିତ ମଦ ଦୋକାନରେ ଭିଡ କମ କରିବା ପାଇଁ କେବଳ ମଦର ହୋମ୍ ଡେଲିଭରୀ ହେବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । କେବଳ ଅନଲାଇନ ଓ ପୋର୍ଟାଲ ଜରିଆରେ ଲାଇସେନ୍ସ ପ୍ରାପ୍ତ ମଦ ବିକ୍ରେତା ମଦ ବିକ୍ରି କରି ପାରିବେ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ତେବେ କେଉଁ କେଉଁ ଆପରେ ଏହା ଉପଲବ୍ଧ ହେବ ତାହା ସ୍ପଷ୍ଟ ହୋଇନାହିଁ। ସୂଚନା ଯେ, ବର୍ତ୍ତମାନ ଦିଲ୍ଳୀରେ କରୋନାର ପଜିଟିଭିଟି ହାର ୦.୮୯ ପ୍ରତିଶତ ରହିଛି ଯାହାକି ମେ ୩୧ ପରଠାରୁ ସର୍ବାଧିକ । ଅନ୍ୟପଟେ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। କରୋନାର ନୂଆ ଭ୍ୟାରିଆଣ୍ଟ ଓମୀକ୍ରନ୍ ଭାରତରେ ଦ୍ରୁତ ବେଗରେ ବ୍ୟାପୁଥିବାରୁ ଦିଲ୍ଲୀ ସରକାରଙ୍କର ଚିନ୍ତା ବଢିଯାଇଛି। ତେଣୁ ମଦର ହୋମ ଡେଲିଭରୀ କରିବା ପାଇଁ ସରକାର ଚିନ୍ତା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking