28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆତଙ୍କବାଦୀ ଆକ୍ରମଣ ନେଇ ମୁମ୍ବାଇରେ ହାଇଆଲର୍ଟ

ଆତଙ୍କବାଦୀ ଆକ୍ରମଣ ନେଇ ମୁମ୍ବାଇରେ ହାଇଆଲର୍ଟ

ମୁମ୍ବାଇ : ମାୟାନଗରୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ସୂଚନା । ଏଠାରେ ଖାଲିସ୍ତାନୀ ଆତଙ୍କବାଦୀ ଆକ୍ରମଣ ସୂଚନା ପାଇଛି ଗୁଇନ୍ଦା ବିଭାଗ । ଏହାକୁ ନେଇ ସାରା ସହରରେ ହାଇ ଆଲର୍ଟ ଜାରି କରିଛି ମୁମ୍ବାଇ ପୋଲିସ ।ସୂଚନା ପାଇବା ପରେ ମୁମ୍ବାଇ ପୋଲିସ ପ୍ରମୁଖ ରେଳଷ୍ଟେସନ୍‌ ଏବଂ ଅନ୍ୟ ସର୍ବସାଧାରଣ ସ୍ଥାନଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା କଠୋର କରିବା ସହ ପୋଲିସ କର୍ମଚାରୀମାନଙ୍କର ସାପ୍ତାହିକ ଛୁଟି ଏବଂ ଦୀର୍ଘକାଳୀନ ଛୁଟି ବାତିଲ କରିଛି।

ନବବର୍ଷ ଅବ୍ୟବହିତ ପୂର୍ବରୁ ମୁମ୍ବାଇରେ ଖଲିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିବାର ସମ୍ଭାବନା ଥିବା ପୁଲିସକୁ ସୂଚନା ମିଳିଛି। ତେଣୁ, ଶୁକ୍ରବାର ଦିନ ‘ବନ୍ଦୋବସ୍ତ ଡିୟୁଟି’ ନିମନ୍ତେ ଆମେ ପୁଲିସ କର୍ମଚାରୀମାନଙ୍କର ସାପ୍ତାହିକ ଛୁଟି ଏବଂ ଦୀର୍ଘକାଳୀନ ଛୁଟି ବାତିଲ କରିଛୁ। ଆମେ ସଜାଗ ରହିଛୁ ଏବଂ ଡିସେମ୍ବର ୩୧ ତାରିଖ ଦିନ ସମଗ୍ର ସହର ଉପରେ ସତର୍କ ଦୃଷ୍ଟି ରଖିବୁ। ‘ଜିଆର୍‌ପି’ ମୁମ୍ବାଇର କମିସନର୍‌ କାଇଜର୍‌ ଖଲିଦ୍‌ ଟୁଇଟ୍‌ କରି କହିଛନ୍ତି, କୋଭିଡ୍‌-୧୯ ପରିସ୍ଥିତି ସଂକ୍ରାନ୍ତରେ ସରକାରଙ୍କ ନିର୍ଦେଶ ମାନିବାକୁ ଆମେ ଜନସାଧାରଣଙ୍କୁ ପରାମର୍ଶ ଦେଉଛୁ। ଗୁରୁତ୍ବପୂର୍ଣ୍ଣ ରେଳ ଷ୍ଟେସନ୍‌ରେ ଯାଞ୍ଚ, ତଲାସ ଏବଂ ଆକ୍ରମଣ ଭଣ୍ଡୁର କରିବା ପାଇଁ ପୁଲିସ ବହୁସଂଖ୍ୟକ କର୍ମଚାରୀ ମୁତୟନ କରିଛି। ଆମେ କଡ଼ାକଡ଼ି ଆଇନ ପ୍ରବର୍ତ୍ତନ କରିବୁ। ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଲୋଡୁଛୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking