25.5 C
Bhubaneswar
Friday, March 28, 2025
Homeଦେଶ ବିଦେଶଅରୁଣାଚଳ ପ୍ରଦେଶର ୧୫ଟି ସ୍ଥାନର ନାମ ବଦଳାଇଲା ଚୀନ୍

ଅରୁଣାଚଳ ପ୍ରଦେଶର ୧୫ଟି ସ୍ଥାନର ନାମ ବଦଳାଇଲା ଚୀନ୍

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୧୫ଟି ସ୍ଥାନର ନାମ ପରିବର୍ତ୍ତନ କରିବାକୁ ଚୀନ୍‌ର ପଦକ୍ଷେପକୁ ଭାରତ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛି। ଭାରତ କହିଛି ଯେ ଏହି ରାଜ୍ୟ ସର୍ବଦା ଆମର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଆସିଛି ଏବଂ ରହିବ। ନାମ ବଦଳାଇ ଦେଲେ ଏହି ବାସ୍ତବତା ବଦଳିଯିବ ନାହିଁ | ଚୀନ୍ ଅରୁଣାଚଳ ପ୍ରଦେଶରେ ୧୫ଟି ସ୍ଥାନ ପାଇଁ ଚାଇନା ଅକ୍ଷର, ତିବ୍ଦତୀୟ ଏବଂ ରୋମାନ ବର୍ଣ୍ଣମାଳାରେ ନାମ ଘୋଷଣା କରିଛି। ଚୀନ୍ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ଦତର ଏକ ଅଂଶ ବୋଲି ଦାବି କରିଛି ।

ଚୀନ୍ ର ଏଭଳି ପଦକ୍ଷେପ ନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଆମେ ଏଭଳି ରିପୋର୍ଟ ଦେଖିଛୁ। ଚୀନ୍ ଅରୁଣାଚଳ ପ୍ରଦେଶରେ ସ୍ଥାନଗୁଡିକର ନାମ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା ଏହା ପ୍ରଥମ ଘଟଣା ନୁହେଁ। ଏପ୍ରିଲ ୨୦୧୭ରେ ମଧ୍ୟ ଚାଇନା ଏହି ଉପାୟରେ ନାମ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା ।

ସେ କହିଛନ୍ତି, “ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ସର୍ବଦା ରହିବ। ଅରୁଣାଚଳ ପ୍ରଦେଶର ସ୍ଥାନଗୁଡିକର ନାମ ପରିବର୍ତ୍ତନ କରିଦେଲେ ବାସ୍ତବତା ପରିବର୍ତ୍ତନ ହେବ ନାହିଁ ।

ଚୀନ୍ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ଦତ ବୋଲି ଦାବି କରୁଛି। ଚୀନର ନାଗରିକ ବ୍ୟାପାର ମନ୍ତ୍ରଣାଳୟ ବୁଧବାର ଦିନ ଘୋଷଣା କରିଥିଲା ଯେ ଜାଙ୍ଗନାନ (ଅରୁଣାଚଳ ପ୍ରଦେଶ)ର ୧୫ ଟି ସ୍ଥାନର ନାମ ଚାଇନା ଅକ୍ଷର, ତିବ୍ଦତୀୟ ଏବଂ ରୋମାନ ବର୍ଣ୍ଣମାଳାରେ ପୁନଃ ନାମକରଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking